ବାଲେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ ତାଙ୍କର ଚିକିତ୍ସା ଚାଲିଛି । ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ କଲେଜରଏଜୁକେସନ୍ ବିଭାଗ ଏଚଓଡି ସମୀର ସାହୁଙ୍କୁ ସସପେଣ୍ଡ ସହ ଗିରଫ କରାଯାଇଛି । FM କଲେଜ ପ୍ରିନସିପାଲ ଦିଲ୍ଲୀପ ଘୋଷଙ୍କୁ ନିଲମ୍ବିତ ହୋଇଛନ୍ତି । ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ମହିଳା ଯୁଗ୍ମ ସଚିବ ଓ ଜଣେ ମହିଳା ଶିକ୍ଷାବିତଙ୍କୁ ନେଇ ଏକ କମିଟି ଗଠନ କରାଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବଏଡ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ବିସ୍ଫୋରକ ବୟାନ ରଖିଛନ୍ତି ପୀଡ଼ିତାଙ୍କ ବାପା । ପ୍ରିନ୍ସିପାଲ ଓ HODଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଉଠାଇବାକୁ ଝିଅକୁ ବାଧ୍ୟ କରାଯାଇଥିଲା । ଏପରିକି କଲେଜରୁ ବହିଷ୍କାର କରି ଦେବାକୁ ଧମକ ଦିଆଯାଇଥିଲା । ନ୍ୟାୟ ନ ମିଳିବାରୁ ଝିଅ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ବାପା କହିଛନ୍ତି । ଅଭିଯୁକ୍ତଙ୍କୁ ସରକାର ଏଭଳି ଦଣ୍ଡ ଦିଅନ୍ତୁ, ଯେଭଳି ଘଟଣାର ପୁନରାବୃତ୍ତି ନ ହେଉ ବୋଲି ସେ କହିଛନ୍ତି ।
ଅଭିଯୋଗ ଅନୁଯାୟୀ, ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ମାଗୁଥିଲେ ଫେବର । ନହେଲେ ଫେଲ କରାଇଦେବେ, ଉପସ୍ଥାନ କମାଇଦେବେ ବୋଲି ଧମକ ଦେଇଥିଲେ । ଏନେଇ ଛାତ୍ରୀ ଜଣଙ୍କ କଲେଜ ଅଧ୍ୟକ୍ଷ ଓ ପୋଲିସକୁ ଜଣାଇଥିଲେ । ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁ ବିଭିନ୍ନ ସମୟରେ ତାଙ୍କୁ ଅପମାନିତ କରିବା ସହ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ କରିଥିଲେ । ହେଲେ ନ୍ୟାୟ ନମିଳିବାରୁ ସେ ଗତକାଲି କଲେଜ ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ ।
