ଭୁବନେଶ୍ୱର: ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଏନେଇ ଭୁବନେଶ୍ୱରରୁ ନାକଟିଦେଉଳ ଗଲା ଏକ ଟିମ୍ । ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ମନୋଜ ନାୟାରଙ୍କ ନେତୃତ୍ବରେ ଏକ ଟିମ୍ ଭୁବନେଶ୍ୱରରୁ ନାକଟି ଦେଉଳ ଅଭିମୁଖେ ଗସ୍ତ କରିଛନ୍ତି । ସେପଟେ ସଂପୃକ୍ତ ଅଂଚଳର ଉଚ୍ଚପଦସ୍ଥ ବନବିଭାଗ ଅଧିକାରୀ ଓ ବିଦ୍ୟୁତ୍ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରୁଛନ୍ତି ।

ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।
