ଭୁବନେଶ୍ବର : ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ମାଗିଛି ବିଜେଡି । ଏଫଏମ କଲେଜ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ଘଟଣାରେ ଫେରାଦ ହେବ ବିଜେଡି । ରାଜ୍ୟରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାକୁ ନିବେଦନ କରିଛି ଦଳ ।

ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି । ଏବେ ନିଜେ ରାଷ୍ଟ୍ରପତି ଭରଷା ଦେବା ପାଇଁ ଆଶା କରିଛୁ ବୋଲି ବିଜେଡି କହିଛି । ଛାତ୍ରୀ ଜୀବନ ହାରିବାକୁ ଉଦ୍ୟମ ଘଟଣାକୁ ରାଷ୍ଟ୍ରପତି ହୃଦଙ୍ଗମ କରିପାରିବେ ବୋଲି କହିଛନ୍ତି ବିଜେଡି ନେତ୍ରୀ ।
