• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାଜଧାନୀର ଦୁଇଟି ସ୍କୁଲକୁ ବୋମା ଧମକ, ଭୟଭୀତ ଛାତ୍ରଛାତ୍ରୀ, ଯାଞ୍ଚ ଆରମ୍ଭ

by Voice of Victims
July 14, 2025
in ଦେଶ ବିଦେଶ, ମୁଖ୍ୟ ଖବର
ରାଜଧାନୀର ଦୁଇଟି ସ୍କୁଲକୁ ବୋମା ଧମକ, ଭୟଭୀତ ଛାତ୍ରଛାତ୍ରୀ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ : ରାଜଧାନୀର ଦୁଇଟି ପ୍ରମୁଖ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ବୋମା ଧମକ ମିଳିବା ପରେ ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ଭୟଭୀତ ହୋଇପଡିଛନ୍ତି । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

ଖବର ମୁତାବକ, ଚାଣକ୍ୟପୁରୀ ଏବଂ ଦ୍ବାରକା ଅଞ୍ଚଳରେ ଥିବା ଦୁଇଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଚାଣକ୍ୟପୁରୀ ସ୍ଥିତ ଏକ ନେଭି ସ୍କୁଲ ଏବଂ ଦ୍ବାରକା ସ୍ଥିତ ଏକ ସିଆରପିଏଫ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି ।

ଧମକ ସକାଳ ୭.୩୦ ମିନିଟରେ ଆସିଛି । ଦିଲ୍ଲୀ ପୋଲିସ ୮.୩୦ରେ ସୂଚନା ପାଇ ପିସିଆର କଲ୍ ମାଧ୍ୟମରେ ଦେଇଛି । ସ୍କୁଲ ପରିସରରେ ଦିଲ୍ଲୀ ପୋଲିସର ବୋମା ସ୍କ୍ବାର୍ଡ, ଡଗ୍ ସ୍କ୍ବାର୍ଡ, ସାଇବର ଏକ୍ସପର୍ଟ ଟିମ୍ ଏବଂ ସ୍ପେଶାଲ ଷ୍ଟାଫ ଟିମ୍ ଉପସ୍ଥିତ ରହିଛି । ତେବେ ସ୍କୁଲରୁ ଏଯାଏଁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ ।

ସୂଚନାଯୋଗ୍ୟ, ଚଳିତବର୍ଷ ଆରମ୍ଭରୁ ଦିଲ୍ଲୀ-ଏନସିଆର ଦୁଇ ସ୍କୁଲକୁ ବୋମା ଧମକ ମିଳିଥିଲା । ଇମେଲ ଜରିଆରେ ବୋମା ଧମକ ମିଳିଥିବା ଜଣାପଡିଛି । ନୋଏଡାର ଶିବ ନାଦର ସ୍କୁଲ ଏବଂ ଦିଲ୍ଲୀର ଏଲକନ୍ ସ୍କୁଲରେ ବୋମା ଧମକ ମିଳିଥିଲା । ଏହାପରେ ପ୍ରଶାସନ ଏବଂ ଛାତ୍ରଙ୍କୁ ଘରକୁ ପଠାଇଦିଆଯାଇଥିଲା ।

Post Views: 120
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In