• About Us
  • Contact Us
Thursday, May 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୌମ୍ୟଶ୍ରୀଙ୍କ ଆତ୍ମାର ସଦଗତି ସହ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

by Voice of Victims
July 15, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା ଅଭିଯୋଗ
ସୌମ୍ୟଶ୍ରୀଙ୍କ ଆତ୍ମାର ସଦଗତି ସହ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

ରଣପୁର ୧୫/୦୭: ଫକୀର ମୋହନ ୟୁନିଭରସିଟି ବାଲେଶ୍ୱର ର ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ନିବେଦନ ପରେ ପ୍ରଶାସନ କିମ୍ବା ରାଜ୍ୟସରକାର ତାଙ୍କୁ ନ୍ୟାୟ ପ୍ରଦାନରେ ବିଫଳତା ଫଳରେ ସେ ଅସହାୟ ହୋଇ ନିଜଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା l ଫଳରେ ତାର ଶରୀରର ୯୦ପ୍ରତିଶତ ଜଳିଯାଇଥିବା ବେଳେ ଗତ କାଲି ବିଳମ୍ବିତ ରାତ୍ରରେ ତାଙ୍କର ମୃତ୍ୟୁ ହୋଇଯାଇଛି l ଏହି ଘଟଣାକୁ ନେଇ ସାରା ରାଜ୍ୟ ହୁଳସ୍ତୁଲ ହେଉଥିବା ବେଳେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦ ରେ ମଙ୍ଗଳବାର ସଂନ୍ଧ୍ୟାରେ ଦୁଇଟି ପୃଥକ ପୃଥକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିବା ଜଣାଯାଇଛି l

ପ୍ରଥମେ କଂଗ୍ରେସ ଓ ସିପିଆଇଏମ ଦଳ ତରଫରୁ ରଘୁଦିବାକର ମଣ୍ଡପ ଠାରୁ ବାହାରି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରଣପୁର ଦାଣ୍ଡ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ସେଠାରେ ଅମର ଆତ୍ମା ର ସଦଗତି କାମନା କରିବା ସହ ରାଜ୍ୟ ସରକାରଙ୍କ ବିଫଳତା ଦର୍ଶାଇ ଏକ ପଥପ୍ରାନ୍ତ ସଭା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ବିଧାୟକ ପ୍ରାଥୀ ବିଭୂପ୍ରସାଦ ମିଶ୍ର, ଶତ୍ରୁଘନ ପାଇକରା,ମାନସ ମହାପାତ୍ର ଓ ସିପି ଆଇ ଏମ ର ହରିଶଚନ୍ଦ୍ର ମିଶ୍ର, ସୁରେଶ ସ୍ୱାଇଁ, ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା, ବୁଲୁ ମହାନ୍ତି ଙ୍କ ସହ ଉଭୟ ଦଳର ବହୁ କର୍ମୀ ସାମିଲ ହୋଇଥିଲେ l

ସେହିଭଳି ରଣପୁର ନିର୍ବାଚନମଣ୍ଡଳୀ ବିଜୁ ଛାତ୍ର ଓ ଯୁବ ଜନତା ଦଳର କର୍ମୀ ମାନେ ମଙ୍ଗଳବାର ସଂନ୍ଧ୍ୟାରେ ରଘୁଦିବାକ ମଣ୍ଡପଠାରୁ ରାଜ୍ୟ ସରକାର ଜଣେ ଅସହାୟ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନରେ ବିଫଳତାକୁ ନେଇ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ରାଜ୍ୟ ସରକାର ଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ଥିଲା l

ଏହି କାର୍ଯ୍ୟକ୍ରମ ରେ ଯୁବସଂଗଠକ ପ୍ରଫୁଲ୍ଲ ନାୟକ, ଲିଙ୍ଗରାଜ ନାୟକ, ରାଜୀବଲୋଚନ ପ୍ରଧାନ, ଆଲୋକ ଜେନା, ଅଶୋକ ସ୍ୱାଇଁ, ବେଣୁଧର ବେହେରା, ଶ୍ରୀକାନ୍ତ ମିଶ୍ର, ସୁଧାକର ପ୍ରଧାନ, ଜୟନ୍ତୀ ମହାରଣା ଓ ଶାନ୍ତିଲତା ସାହୁଙ୍କ ସହ ବହୁ ଯୁବ ଓ ଛାତ୍ର କର୍ମୀମାନେ ସାମିଲ ହୋଇଥିଲେ l

Post Views: 145
Share202Tweet127Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In