• About Us
  • Contact Us
Wednesday, August 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନରସିଂହପୁର କ୍ଲଷ୍ଟରରେ ଅନୁଷ୍ଠିତ ହେଲା ପ୍ରଥମ ମାସିକ କ୍ଲଷ୍ଟର ବୈଠକ

by Voice of Victims
July 19, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନରସିଂହପୁର କ୍ଲଷ୍ଟରରେ ଅନୁଷ୍ଠିତ ହେଲା ପ୍ରଥମ ମାସିକ କ୍ଲଷ୍ଟର ବୈଠକ

ରଣପୁର, ୧୯/୦୭ : ଗଣଶିକ୍ଷା ବିଭାଗ ଓଡ଼ିଶା ର ନିର୍ଦ୍ଦେଶ ଅନୁଯାୟୀ ଆଜି ସାରା ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରଥମ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକ ରଣାପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବୈଠକର ଶୁଭାରମ୍ଭ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ-ଦୀପ ଦେଇ ହୋଇଥିଲା, ଯାହାର ଉଦ୍‌ଘାଟନ କରିଥିଲେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡ, ରାଜସୁନାଖଳା ର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ଓ ରଣପୁର ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରସାନନ୍ଦ ପ୍ରଧାନ ।

ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଭ୍ରମରବର ତାଡ଼ ଶ୍ଳୋକ ଗାନ କରିଥିଲେ । କ୍ଲଷ୍ଟର ସଂଯୋଜକ ସୁଶୀଲ କୁମାର ରଣା ସ୍ୱାଗତ ଭାଷଣ ଦେଇ ପରିଚୟ ପ୍ରଦାନ ପର୍ବ ଆରମ୍ଭ କରିଥିଲେ । ବୈଠକରେ ଅଂଶଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଖାତା, ପେନ ଓ ଶିକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା ।

ଏହି ବୈଠକରେ ଜୁଲାଇ ମାସର ଶିକ୍ଷାସମ୍ପର୍କିତ କ୍ୟାଲେଣ୍ଡର ଅନୁଯାୟୀ ଶିଶୁ ବାଟିକା କାର୍ଯ୍ୟ ପୁସ୍ତିକା ଓ ଶିକ୍ଷକ ସହାୟକ ପୁସ୍ତକ, ଜାତୀୟ ଶିକ୍ଷା ନୀତି ୨୦୨୦, ଜିଓ ବୋର୍ଡ ର ବ୍ୟବହାର, ବହୁ ଶ୍ରେଣୀ ଶିକ୍ଷାଦାନ ପ୍ରଣାଳୀ, ସମୟ ନିର୍ଘଣ୍ଟ ଓ ନମୁନା ପାଠଟିକା, ବିଦ୍ୟାଳୟ ବିକାଶ ଯୋଜନା ଓ ବିଦ୍ୟାଳୟ ନିରାପତ୍ତା ଯୋଜନା, ବିଦ୍ୟା ପ୍ରବେଶ
ଇତ୍ୟାଦି ବିଷୟ ଉପରେ ଗଭୀର ଆଲୋଚନା ହୋଇଥିଲା ।

ପର୍ଯ୍ୟବେକ୍ଷକ ବିଜୟ କୁମାର ତ୍ରିପାଠୀ ଶିଶୁ ବାଟିକା ଶିକ୍ଷା ର ଗୁରୁତ୍ୱ, ପଞ୍ଚକୋଷ ବିକାଶ ଓ ବିକାଶର ଦିଗଗୁଡିକ ଉପରେ ଆଲୋଚନା ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ ଶିକ୍ଷଣ ସାମଗ୍ରୀ ବ୍ୟବହାର ଓ ଶିକ୍ଷା ଗୁଣାତ୍ମକତା ବୃଦ୍ଧି ବିଷୟରେ ଉପଦେଶ ଦେଇଥିଲେ ।

ବୈଠକ ଶେଷରେ ଜିଓ ବୋର୍ଡ ର ସଠିକ୍ ବ୍ୟବହାର, ସମୟ ନିର୍ଘଣ୍ଟ ପ୍ରସ୍ତୁତି, ଶିକ୍ଷଣ ସାମଗ୍ରୀ ବ୍ୟବହାର, ବିଦ୍ୟାଳୟ ନିରାପତ୍ତା ଯୋଜନା କାର୍ଯ୍ୟକାରୀ କରାଯିଵା ପାଇଁ ସ୍ଥିର ମତ ପ୍ରକାଶ ପାଇଥିଲା | ଏହି କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷୟତ୍ରୀ ବିନୋଦିନୀ କୁଣ୍ଡ, ଆଶମଣୀ ସାମନ୍ତରାୟ, ସୁକାନ୍ତ ବେହେରା, ଭାଗବତ ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ |

Post Views: 180
Share203Tweet127Send
Voice of Victims

Voice of Victims

Recent Posts

  • ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ
  • ଦିଲ୍ଲୀରେ ଖୁବ୍ ଶୀଘ୍ର ‘ଜନ୍ତର ମନ୍ତର ସିଜିନ୍ ୨’!
  • ରେମୁଣାରେ “ତ୍ରୀରଙ୍ଗା ପଦଯାତ୍ରା” ଅନୁଷ୍ଠିତ
  • ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍. ଚନ୍ଦ୍ରଶେଖର, ୨୦୨୭ ରେ ସରିବ କାର୍ଯ୍ୟକାଳ
  • “ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In