ଭୁବନେଶ୍ୱର : ଦିଲ୍ଲୀକୁ ଏୟାରଲିପ୍ଟ ହେବେ ବଳଙ୍ଗା ଛାତ୍ରୀ । ଦିନ ୧୨ଟା ୩୦ ସୁଦ୍ଧା ଏୟାର ଲିପ୍ଟ ହେବା ନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ । ସେଠାରେ ପୀଡିତାଙ୍କ ଚିକିତ୍ସା କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ପୀଡିତାଙ୍କ ଅବସ୍ଥା ଗତକାଲିଠାରୁ ଭଲ ଅଛି ବୋଲି ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଦୁଇରୁ ତିନି ଘଣ୍ଟା ମଧ୍ୟରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ ।

ପୀଡିତାଙ୍କ ସହ ପରିବାର ଲୋକ ରହିବେ । ବର୍ତ୍ତମାନ ଭୁବନେଶ୍ବର ଏମ୍ସ ବର୍ଣ୍ଣ ୱାର୍ଡରେ ଚାଲିଛି ବଳଙ୍ଗା ଛାତ୍ରୀଙ୍କ ଚିକିତ୍ସା । ଅକ୍ସିଜେନ ସପୋର୍ଟରେ ଚିକିତ୍ସା କରାଯାଉଛି । କିନ୍ତୁ ସେ ଭେଣ୍ଟିଲେଟରରେ ନାହାନ୍ତି । ଏକ ସ୍ବତନ୍ତ୍ର ମେଡିକାଲି ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି । ଟିମରେ ୧୨ ଜଣ ଡାକ୍ତର ଓ ୨ ଜଣ ନର୍ସ ଅଛନ୍ତି । ତାଙ୍କୁ ଫ୍ଲୁଇଡ୍ ଚିକିତ୍ସା ଦିଆଯାଉଥିବା ବର୍ଣ୍ଣସ୍ ବିଭାଗର ମୁଖ୍ୟ କହିଛନ୍ତି ।

ଅନ୍ୟପଟେ ଗତକାଲି ଏମ୍ସ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ବର୍ଣ୍ଣସ୍ ୱାର୍ଡ ସମ୍ମୁଖରେ ସୁରକ୍ଷା କଡାକଡି କରାଯାଇଛି । ବର୍ଣ୍ଣ ୱାର୍ଡ ଓ ଏମ୍ସର ଚାରି ପାଖରେ ବିଏନଏସ ୧୬୩ ଧାରା ଲାଗୁ ହୋଇଛି । ଏହି ଅଞ୍ଚଳକୁ ନିଷିଧାଞ୍ଚଳ ଘୋଷଣା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

