• About Us
  • Contact Us
Tuesday, February 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ସଠିକ ତଦନ୍ତ କରାଯାଇ ନ୍ୟାୟ ଦିଆଯିବ: କ୍ରାଇମବ୍ରାଞ୍ଚ ଡିଜି

by Voice of Victims
July 20, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ସଠିକ ତଦନ୍ତ କରାଯାଇ ନ୍ୟାୟ ଦିଆଯିବ: କ୍ରାଇମବ୍ରାଞ୍ଚ ଡିଜି

ବାଲେଶ୍ବର: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାକୁ ନେଇ କ୍ରାଇମବ୍ରାଞ୍ଜ ଡିଜି ବିନୟତୋଷ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ମାମଲାର ତଦନ୍ତ ଜାରି ରହିଛି । ଅନେକ କିଛି ସୁରାକ ମିଳିଛି । ଘଟଣାର ସଠିକ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରାଯିବ ।

ସେ କହିଛନ୍ତି, ମୃତ୍ୟୁ ଘଟଣାରେ ବହୁତ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସିସିଟିଭି ଯାଞ୍ଚ କରାଯିବା ସହ ଡିଜିଟାଲ ଏଭିଡେନ୍ସ ସଂଗ୍ରହ କରାଯାଇଛି । ଏବେ ବି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖିଛି । ମାମଲାର ସଠିକ ତଦନ୍ତ ହେବ ଓ ନ୍ୟାୟ ମିଳିବ । ତଦନ୍ତରୁ ବହୁତ କିଛି ତଥ୍ୟ ମିଳିଛି । ତରତର ହେବାର ନାହିଁ, ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

ବାଲେଶ୍ଵର ଗସ୍ତରେ ଯାଇ ପ୍ରଥମେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଟିମ ସହିତ ଆଲୋଚନା କରିଥିଲେ ବିନୟତୋଷ । ପରେ ପୂର୍ବାଞ୍ଚଳ ଡିଆଇଜିଙ୍କ ଅଫିସରେ ଡିଆଇଜିଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଫକୀର ମୋହନ କଲେଜରେ ପହଞ୍ଚି କ୍ରାଇମ ସ୍ପଟ ବୁଲି ଦେଖିଥିଲେ । ଘଟଣାସ୍ଥଳ ବୁଲିବା ପରେ ପ୍ରିନ୍ସିପାଲଙ୍କ ଚାମ୍ବରରେ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ।

Post Views: 83
Share198Tweet124Send
Voice of Victims

Voice of Victims

Recent Posts

  • ମେକ୍ସିକୋରେ ହିଂସା; ଭାରତୀୟ ଦୂତାବାସ ପକ୍ଷରୁ ଜାରି ହେଲା ଆଡ୍‌ଭାଇଜାରି
  • ଆସନ୍ତା ୩ ତାରିଖ ଦୋଳ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ
  • ମାର୍ଚ୍ଚ ୩୧ ସୁଦ୍ଧା ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ ନିର୍ଦ୍ଦେଶ
  • ପାରାଦୀପ ହେବ ସ୍ପୋର୍ଟସ୍ ହବ୍
  • ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In