ନୂଆଦିଲ୍ଲୀ: ଭାରତ ସମେତ ବିଭିନ୍ନ ସ୍ଥାନରେ ଭୂକମ୍ପ ଘଟୁଛି । କିଛି ଦିନ ପୂର୍ବରୁ ଦିଲ୍ଲୀରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ଜନ ଜୀବନକୁ କ୍ଷତି ପହଞ୍ଚାଉଛି । ମିଆଁମାରରେ ହୋଇଥିବା ଭୂକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ । ଜମ୍ମୁ କାଶ୍ମୀର ଏବଂ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

ସୂଚନାନୁଯାୟୀ, ରବିବାର-ସୋମାବାର ରାତିରେ ଜମ୍ମୁ କାଶ୍ମୀରର କିସ୍ତୱାରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୧ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା ।

ସେହି ଭଳି ଭାବରେ ରବିବାର ବିଳମ୍ବିତ ରାତିରେ ମଧ୍ୟ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ୩.୪ରେ ରହିଥିଲା । ଏହା ସହିତ ଭୂକମ୍ପର କେନ୍ଦ୍ରସ୍ଥଳ ସୁବାନସିରି ଅଞ୍ଚଳର ୫କିଲୋମିଟର ଗଭୀରତାରେ ଥିଲା ।

