• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ, ରାଷ୍ଟ୍ରପତି କଲେ ଇସ୍ତଫା ପତ୍ର ଗ୍ରହଣ

by Voice of Victims
July 22, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ, ରାଷ୍ଟ୍ରପତି କଲେ ଇସ୍ତଫା ପତ୍ର ଗ୍ରହଣ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ଗତକାଲି ରାତିରେ ସ୍ୱାସ୍ଥ୍ଯଗତ କାରଣ ଦର୍ଶାଇ ନିଜ ପଦବୀରୁ ଧନଖଡ଼ ଇସ୍ତଫା ଦେଇଥିଲେ । ସମ୍ବିଧାନର ଧାରା ୬୭ (A) ଅନୁଯାୟୀ ସେ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।

ଜଗଦୀପ ଧନଖଡ ସ୍ୱାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘X’ରେ ପୋଷ୍ଟ । ମୋଦି ଲେଖିଛନ୍ତି, ଜଗଦୀପ ଧନଖଡ଼ ଉପ ରାଷ୍ଟ୍ରପତି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଦେଶର ସେବା କରିଛନ୍ତି । ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି ।

ସଂସଦର ମୌସୁମୀ ଅଧିବେଶନର ଗତକାଲି ପ୍ରଥମ ଦିନରେ ଗୃହରେ ବିଭିନ୍ନ ଦଳର ନେତାଙ୍କୁ ଭେଟିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବହିଷ୍କାର ପାଇଁ ମୋସନ ଆଣିବାକୁ ୫୦ ଜଣ ରାଜ୍ୟସଭା ସାଂସଦଙ୍କ ଦସ୍ତଖତ ଥିବା ସ୍ମାରକପତ୍ର ଧନଖଡ଼ଙ୍କୁ ପ୍ରଦାନ କରାଯାଇଥିଲା । ଏହା ଉପରେ ସେ ରାଜ୍ୟସଭାରେ ପ୍ରତିକ୍ରିୟା ରଖିଥିଲେ ।

ତେବେ ଏହାର କିଛି ଘଣ୍ଟା ପରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଧନଖଡ଼ । ଯଦିଓ ସ୍ବାସ୍ଥ୍ୟଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ତେବେ ତାଙ୍କର ହଠାତ ଇସ୍ତଫାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

୨୦୨୭ ମସିହା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ଧନଖଡ଼ଙ୍କ କାର୍ଯ୍ୟକାଳ ଥିଲା । ଏହାର ପ୍ରାୟ ଦୁଇ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ୨୦୨୨ ଅଗଷ୍ଟ ୧୧ରେ ଧନଖଡ଼ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେବାରେ ସେ ତୃତୀୟ ଉପରାଷ୍ଟ୍ରପତି । ପୂର୍ବରୁ ଭିଭି ଗିରି ଓ ଆର ଭେଙ୍କେଟରମଣ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏବେ ଧନଖଡ଼ଙ୍କ ଇସ୍ତଫା ପରେ ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ ରେସ ଆରମ୍ଭ ହୋଇଛି ।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In