ଭୁବନେଶ୍ୱର: ପ୍ରଥମେ ପୁରୀ ଜିଲ୍ଲାପାଳ ଥିବା ବିଜୟ କୁମାର ଦାଶ ନିର୍ବାଚନ ସମୟରେ ସି ଏମ୍ ସି କମିଶନର ଭାବେ ଓ ପରେ ପରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ଯୋଗ ଦେଇ ଜିଲ୍ଲାରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ପ୍ରଚେଷ୍ଟା ସହିତ ସେହି ଅଞ୍ଚଳକୁ ବାରମ୍ବାର ଗସ୍ତ କରି ଅଞ୍ଚଳବାସୀଙ୍କ ମନୋବଳ ବୃଦ୍ଧି ହେଉ କିମ୍ବା ସ୍ବାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ସରକାରୀ ବିଭାଗକୁ ଅଚାନକ ପରିଦର୍ଶନ କରି ସମ୍ପୂର୍ଣ ଶାସନ କଳକୁ କ୍ରିୟାଶୀଳ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଶ୍ରୀ ଦାଶ।
ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ କାଳରେ ରାଜ୍ୟବାସୀ ତାଙ୍କ ଭଳି ଜଣେ ଦକ୍ଷ ପ୍ରଶାସକ ଙ୍କ ପାଖରୁ ବହୁତ୍ କିଛି ଆଶା ରଖିଛନ୍ତି।
