ନୂଆଦିଲ୍ଲୀ: ବହୁ ବର୍ଷର ପରିଶ୍ରମ ପରେ ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ସ୍ବାକ୍ଷରିକ ଚୁକ୍ତି ହୋଇଛି । ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କିଏର ଷ୍ଟରମୋରଙ୍କ ସହ ଲଣ୍ଡନରେ ସାକ୍ଷାତ ହୋଇଛି । ପରସ୍ପର ମଧରେ ମୁକ୍ତ ବାଣିଜ୍ୟ ଚୁକ୍ତି ସାକ୍ଷରିତ ହୋଇଛି । ଏହି ଚୁକ୍ତି ଫଳରେ ଦୁଇ ଦେଶ ମଧରେ ନିବେଶ ବଢିବ । ଫଳରେ ରୋଜଗାର ବଢିବ । ଏହା ସହିତ ବିଶ୍ବ ସ୍ତରରେ ଏହି ଦୁଇ ଦେଶ ମଧ୍ୟରେ ଅର୍ଥନୀତି ମଜବୁତ ହେବ ।

ଭାରତ ଓ ବ୍ରିଟେନ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଏହି ଚୁକ୍ତି ଫଳରେ ଉଭୟ ଲୋକଙ୍କ ପାଇଁ ବହୁତ ଲାଭବାନ ହେବ । ଏହା ଓୌଷଧ ,ଇଲେକ୍ଟନିକିସ ଏବଂ ଫ୍ୟାଶନ ପର୍ଯ୍ୟନ୍ତ ସବୁକିଛି ଶସ୍ତା ହୋଇଯିବ । କିଛି ଜିନିଷ ମହଙ୍ଗା ହୋଇପାରେ ଯାହାକି କିଛି ଲୋକଙ୍କ ପକେଟ ଉପରେ ସିଧା ସଳଖ ପ୍ରଭାବ ପକାଇବ ।

ତେବେ ଏହି ଡିଲ ଜାନୁୟାରୀ ୨୨ ରେ ତତକାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମୟରେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ୨୦୨୪ ପର୍ଯ୍ୟନ୍ତ ପୁରା କରିବା ପାଇଁ ଲକ୍ଷ୍ୟ ରହିଥିଲା । ପ୍ରଧାନମନ୍ତ୍ରୀ ମୋଦି ଏହି ଚୁକ୍ତିକୁ ନେଇ କହିଥିଲେ ଏହା ଦୁଇଦେଶ ମଧ୍ୟରେ ଅର୍ଥନୀତି ବଦ୍ଧି ପାଇବା ସହିତ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଥିଲେ ।

ମୁକ୍ତ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଭାରତ ବ୍ରିଟେନର ସାହାଯ୍ୟ ନେଇ ଦୁଇ ପାକ୍ଷିକ ବ୍ୟାପାର ପାଇଁ ୨୦୩୦ ପର୍ଯନ୍ତ ୧୨୦ ବିଲିୟନ ଆମେରିକା ଡଲାର ରଖିବା ପାଇଁ ସ୍ଥିର କରାଯାଇଛି ।ଭାରତ ଓ ବ୍ରିଟେନର ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଭାରତ ନିଜର ୯୯ ପ୍ରତିଶଦ ରପ୍ତାନୀ ଉତ୍ପାଦରେ ୟୁକେକୁ ଟିକସ ମୁକ୍ତ ରପ୍ତାନୀ ମୁକ୍ତ ପାଇବ । ସେଠାରେ ଭାରତ ବ୍ରିଟେନରୁ ଆସୁଥିବା ୯୦ ପ୍ରତିଶଦ ଶୁଳ୍କ ହଟାଇଦିଆଯିବ ।
ଯାହା ଫଳରେ ଭାରତୀୟ କମ୍ପାନୀ ସହିତ ସାଧାରଣ ଲୋକଙ୍କର ଫାଇଦା ହୋଇପାରିବ । ଇଲେକ୍ଟନିକ୍ସ, ପୋଷାକ,ଇସ୍ପାତ,ଧାତୁ,ସାମୁଦ୍ରିକ ଜିନିଷ ଏବଂ ଅଳଙ୍କାର ଶସ୍ତା ହୋଇପାରେ । କାର ଓ ବାଇକ ,ଅଟୋ,ଷ୍ଟିଲ ଭଳି ସାମଗ୍ରୀ ମହଙ୍ଗା ହୋଇପାରେ ।
