ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟିଛି । ହ୍ରିତ୍ବିକ ରୋଶନ ,ଜୁନିୟର ଏନଟିଆର ଏବଂ କିଆରା ଆଡଭାନୀ ଅଭିନୀତ ୱାର ୨ ର ବହୁ ପ୍ରତିକ୍ଷୀତ ଟ୍ରେଲର ରିଲିଜ୍ ହୋଇଛି । ଯେଉଁ ସମୟରୁ ଏହାର ଟ୍ରେଲର ରିଲିଜ ହୋଇଛି ସେହି ସମୟରେ ହିଁ ଇଣ୍ଟରନେଟରେ ଏହା ଖୁବ ଲୋକପ୍ରିୟତା ହାସଲ କରିଛି ।

ଏହି ଫିଲ୍ମରେ ଆୟାନ ମୁଖାର୍ଜୀ ଦ୍ବାରା ନିର୍ଦ୍ଦେଶିତ ହୋଇଥିବା ୱାର ସିକ୍ବଲ ୨୦୨୯ରର ବ୍ଲକ ବଷ୍ଟର ହୋଇଛି ଯାହାକୁ ବେଶ୍ ପସନ୍ଦ କରିଛନ୍ତି ସିନେପ୍ରେମା । ୨ ମିନିଟ୍ ୩୫ ସେକେଣ୍ଡର ଏହି ଟ୍ରେଲରରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

ପାଣି ଓ ମାଟି ରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆକ୍ସନର ଝଲକ୍ ନଜର ଆସିଛି । ‘ଓ୍ବାର ୨’ର ଟ୍ରେଲରରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ସମେତ ପ୍ରାୟ ସବୁ କଳାକାରଙ୍କ ଝଲକ୍ ଦେଖିବାକୁ ମିଳିଛି ।

ଫିଲ୍ମର ମୁଖ୍ୟ ନାୟିକ କିଆରା ଆଡଭାଣୀ ଓ ଆଶୁତୋଷ ରାଣା ନଜର ଆସିଛନ୍ତି। ଟ୍ରେଲରରୁ ଜଣାପଡ଼ୁଛି ଫିଲ୍ମରେ କିଆରାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମ ଅଗଷ୍ଟ ୧୪ରେ ରିଲିଜ ହେବ । ଏହି ଫିଲ୍ମଟି ହିନ୍ଦୀ,ତେଲୁଗୁ,ଏବଂ ତାମିଲ ଭାଷାରେ ଦେଖିବାକୁ ପାଇବେ ସିନେପ୍ରେମୀ ।
