• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନରସିଂହପୁର କ୍ଲଷ୍ଟରରେ ସାପ କାମୁଡା ପ୍ରତିରୋଧ ଓ ସଚେତନତା କାର୍ଯ୍ୟକ୍ରମ

by Voice of Victims
July 25, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନରସିଂହପୁର କ୍ଲଷ୍ଟରରେ ସାପ କାମୁଡା ପ୍ରତିରୋଧ ଓ ସଚେତନତା କାର୍ଯ୍ୟକ୍ରମ

ରଣପୁର, ୨୫/୦୭: ନୟାଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଜୁଲାଇ ୨୩ ତାରିଖରେ ସାପ କାମୁଡା ପ୍ରତିରୋଧ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏଥିରେ ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ, କୁଇଜ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା କରାଯାଇଥିଲା | ବିଦ୍ୟାଳୟ ସ୍ତରରେ ପ୍ରତି ବିଭାଗରେ ପ୍ରଥମ ସ୍ଥାନ ହାସଲ ଅଧିକାର କରିଥିବା ପିଲାମାନେ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା ଭାଗ ନେଇଥିଲେ | ଏହି ପ୍ରତିଯୋଗିତାରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବିଭାଗ ଏବଂ ନବମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ ବିଭାଗ ନିଆ ଯାଇଥିଲା |

ଏହି ପରିପ୍ରେକ୍ଷୀରେ ଆଜି ନରସିଂହପୁର କ୍ଲଷ୍ଟରରେ ନରସିଂହପୁର ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକଙ୍କ ସହଯୋଗ ଓ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପ୍ରାରମ୍ଭିକ ପର୍ଯ୍ୟାୟରେ ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳାଦ୍ରି ବିହାରୀ ସୁବୁଦ୍ଧି, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ବେହେରା, ପାମ୍ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଅଟ୍ଟ, ବରିଷ୍ଠ ଶିକ୍ଷକ ପୁଷ୍କର ପ୍ରଧାନ, ଭାଗବତ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓ ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜ ଶ୍ଳୋକ ପାଠ କରିଥିଲେ |

ଏହା ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ, କୁଇଜ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା କରାଯାଇଥିଲା | ଏହି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ସ୍ନେକ ହେଲ୍ପଲାଇନ ସଦସ୍ୟ ଅଜୟ କୁମାର ଦାସ ଓ ରଞ୍ଜନ କୁମାର ଜେନା ଯୋଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ | ପିଲାମାନେ ପୁଷ୍ପ ଓ ଚନ୍ଦନ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ | ପୁରସ୍କାର ବିତରଣରେ ସୁକାନ୍ତ କୁମାର ବେହେରା ସହଯୋଗ କରିଥିଲେ | ସ୍ନେକ ହେଲ୍ପଲାଇନ ସଦସ୍ୟ ଅଜୟ କୁମାର ଦାସ ଓ ରଞ୍ଜନ କୁମାର ଜେନା ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସାପ କାମୁଡା ପ୍ରତିରୋଧ ଓ ସଚେତନତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରି ବୁଝାଇଥିଲେ | ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରିଥିଲେ |

ବରିଷ୍ଠ ବିଭାଗରେ ନରସିଂହପୁର ଉଚ୍ଚ ବିଦ୍ୟାଳୟର ବିଜୁଳି ପ୍ରଧାନ ପ୍ରବନ୍ଧରେ ପ୍ରଥମ, କୀର୍ତ୍ତିମାନ ପାଲଟାସିଂହ କୁଇଜରେ ପ୍ରଥମ ଓ ପୁଷ୍ପାଞ୍ଜଳି ବେହେରା ପୋଷ୍ଟର ପ୍ରସ୍ତୁତି ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି | ସେହିପରି କନିଷ୍ଠ ବିଭାଗରେ ନାଟିମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଲିପ୍ତା ଜେନା ପ୍ରବନ୍ଧ ରେ ପ୍ରଥମ, ଶ୍ରେୟା ଶାଲିନ ଜେନା କୁଇଜ ରେ ପ୍ରଥମ ଓ ଏଲଶା ପରିଡା ପୋଷ୍ଟର ପ୍ରସ୍ତୁତିରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି | ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ସି.ଆର.ସି.ସି. ଶ୍ରୀ ରଣା ସୂଚନା ଦେଇଥିଲେ | ବରିଷ୍ଠ ଶିକ୍ଷକ ନୀଳାଦ୍ରି ବିହାରୀ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ |

ସେହିପରି ଗୌରାଙ୍ଗପୁର କ୍ଲଷ୍ଟରରେ ସି.ଆର.ସି.ସି. ସୁଧାକର ମିଶ୍ର ଙ୍କ ତତ୍ୱାବଧାନରେ ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି ଓ ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Post Views: 49
Share199Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In