• About Us
  • Contact Us
Wednesday, June 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନସନ୍, ଏହି ମୁଖ୍ୟମନ୍ତ୍ରୀ କଲେ ଘୋଷଣା

by Voice of Victims
July 26, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନସନ୍, ଏହି ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ସାମ୍ବାଦିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନସନ୍ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଏହାର ସୂଚନା X ଆକାଉଣ୍ଟରେ ଦେଇଛନ୍ତି ।

ବିହାର ସାମ୍ବାଦିକ ସମ୍ମାନ ଯୋଜନା ଅଧୀନରେ ରାଜ୍ୟର ଯୋଗ୍ୟ ସାମ୍ବାଦିକମାନଙ୍କୁ ମାସିକ ୧୫ ହଜାର ଟଙ୍କାର ପେନସନ ପ୍ରଦାନ କରାଯିବ । ଏହି ପଦକ୍ଷେପ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଦିନ ଧରି ସେବା କରିଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ କରାଯାଇଛି । ବରିଷ୍ଠ ସାମ୍ବାଦିକମାନଙ୍କୁ ସେମାନଙ୍କ ଅବସର ପରବର୍ତ୍ତୀ ଜୀବନରେ ଆର୍ଥିକ ସହାୟତା ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ।

ଦୀର୍ଘବର୍ଷ ଧରି ଗଣତନ୍ତ୍ରର ରକ୍ଷା କରୁଥିବା ସାମ୍ବାଦିକମାନେ ଏହି ଯୋଜନାର ଲାଭ ପାଇବେ । ସାମ୍ବାଦିକଙ୍କ ଖାତାକୁ ସିଧାସଳଖ ଟଙ୍କା ଯିବ ବୋଲି କୁହାଯାଇଛି । ଖାଲି ଏତିକି ନୁହେଁ ବରଂ ଯଦି ଜଣେ ପେନସନଭୋଗୀ ସାମ୍ବାଦିକଙ୍କର ଦେହାନ୍ତ ହୁଏ, ତେବେ ତାଙ୍କ ପତ୍ନୀଙ୍କୁ ପାରିବାରିକ ପେନସନ ଭାବରେ ମାସିକ ୧୦ ହଜାର ଟଙ୍କା ପେନସନ୍ ମିଳିବ ।

କିଏ ପାଇବ ଯୋଜନାର ଲାଭ :

– ଆବେଦନକାରୀ ସାମ୍ବାଦିକଙ୍କର କୌଣସି ସମ୍ବାଦପତ୍ର କିମ୍ବା ଟିଭି ଚ୍ୟାନେଲରେ ଅତି କମରେ ୧୫ ବର୍ଷରୁ ଅଧିକ କାର୍ଯ୍ୟ କରିବାର ଅଭିଜ୍ଞତା ରହିଥିବା ।
– ଆବେଦନକାରୀଙ୍କ ବୟସ ୬୦ ବର୍ଷ ବା ତାହାଠୁ ଅଧିକ ହୋଇଥିବା ଆବଶ୍ୟକ ।
– ଆବେଦନକାରୀ ବିହାରର ସ୍ଥାୟୀ ବାସିନ୍ଦା ହୋଇଥିବା ବାଧ୍ୟତାମୂଳକ ।
– ଯେଉଁ ସାମ୍ବାଦିକମାନେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) କିମ୍ବା ଅନ୍ୟ କୌଣସି ସରକାରୀ ପେନସନ ଯୋଜନାରୁ ଲାଭ ପାଉଛନ୍ତି, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।
– ଆବେଦନକାରୀ କୌଣସି ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନଥିବା ଆବଶ୍ୟକ ।

ସୂଚନାଯୋଗ୍ୟ, ଖୁବଶୀଘ୍ର ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।

Post Views: 150
Share198Tweet124Send
Voice of Victims

Voice of Victims

Recent Posts

  • ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ
  • ଖରାଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି: ଗଣଶିକ୍ଷାମନ୍ତ୍ରୀ
  • ରାସ୍ତାକଡ଼ରେ ପଡିଛି କୁଢ଼ କୁଢ଼ ଅଳିଆ ଓ ମଦ ବଟଲ, ଦେଖିକି ରାଗି ଗଲେ BMC ମେୟର
  • ବହୁତଳ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ!
  • ସିବିଏସଇ ରି-ଇଭାଲ୍ୟୁସନ ପୋର୍ଟାଲରେ ସାଇବର ଆଟାକ୍, ୱେବସାଇଟକୁ ହ୍ୟାକ୍ କରିବା ଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In