• About Us
  • Contact Us
Sunday, August 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରୁଷରେ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ଆତଙ୍କ, ମାଡ଼ିଆସିଲା ସମୁଦ୍ର ଜୁଆର

by Voice of Victims
July 30, 2025
in ଦେଶ ବିଦେଶ, ମୁଖ୍ୟ ଖବର
ରୁଷରେ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ଆତଙ୍କ, ମାଡ଼ିଆସିଲା ସମୁଦ୍ର ଜୁଆର

ନୂଆଦିଲ୍ଲୀ: ରୁଷର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୮ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ କାମଚଟକା ଉପକୂଳ ନିକଟରେ ହୋଇଥିବା ସୂଚନା ମିଳିଛି । ତେବେ ତୀବ୍ର ଭୂମିକମ୍ପ ଝଟକା ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଜାପାନ ଓ ଆମେରିକାରେ ସୁନାମୀ ସତର୍କତା ଜାରି ହୋଇଛି । ଉପକୂଳକୁ ମାଡ଼ିଆସିଲା ୧୫ ଫୁଟର ଜୁଆର । ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଆମେରିକା ଏବଂ ଜାପାନର କିଛି ତଟବର୍ତ୍ତୀ ଅଞ୍ଚଳରେ କିଛି ଘଣ୍ଟା ପାଇଁ ସୁନାମୀ ଚେତାବନୀ ଜାରି କରାଯାଇଛି । କିଛି ସ୍ଥାନରେ ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନା କରିବା ପାଇଁ ସାଇରନ ବଜାଯାଉଛି । ତଟବର୍ତ୍ତୀ ଅଞ୍ଚଳକୁ ନ ଯିବାକୁ ଲୋକମାନଙ୍କୁ ଅପିଲ୍ କରାଯାଇଛି । ଜାପାନର ହୋକାଇଡୋର ଉତ୍ତର ଆଇଲାଣ୍ଡରେ ମାଡ଼ ହେଲା ସୁନାମୀ । ଆମେରିକାର କାଲିଫର୍ଣ୍ଣିଆ ଏବଂ ହାୱାଇରେ ଆତଙ୍କ । ପ୍ରଭାବିତ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର । ସାମ୍ନାକୁ ଆସିଥିବା ଭିଡିଓରେ ବିଭିନ୍ନ ସ୍ଥାନର ଭୟାନକ ଜିନିଷ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ବିଗତ କିଛି ବର୍ଷ ମଧ୍ୟରେ ଏଭଳି ଭୂମିକମ୍ପ ଝଟକା ଅନୁଭୂତ କରିନାହାନ୍ତି ବୋଲି କହିଛନ୍ତି । ତେଣୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ୍ କରାଯାଇଛି ।

ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭୂମିକମ୍ପ ସକାଳୁ ସକାଳୁ ହୋଇଥିଲା ଏବଂ ଏହାର ତୀବ୍ରତା ୮.୮ ରେକର୍ଡ ହୋଇଥିଲା । ଏହା ଜାପାନର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ୩ମିଟର ପର୍ଯ୍ୟନ୍ତ ସୁନାମୀ ସତର୍କତା ଜାରି କରାଯାଇଛି ।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In