ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପୁଣି ପ୍ରବଳ ବର୍ଷା । ଲଗାତର ବର୍ଷା ଯୋଗୁଁ ମଣ୍ଡି ପାଣ୍ଡୋହ ଡ୍ୟାମ ନିକଟରେ ଭୂସ୍ଖଳନ । ଭୂସ୍ଖଳନ ଯୋଗୁଁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ଅବରୋଧ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରୁଛନ୍ତି କର୍ତ୍ତୃପକ୍ଷ ।

ସୂଚନାନୁଯାୟୀ, ଗତକାଲି ରାତିରୁ ମଣ୍ଡିରେ ଲାଗାତର ବର୍ଷା ଜାରି ରହିଛି । ଲଗତାର ବର୍ଷା ଯୋଗୁ ଭୂସ୍ଖଳନ ହୋଇଥିବା କହିଛନ୍ତି ମଣ୍ଡି ଏସପି । ପୂର୍ବରୁ ମଣ୍ଡିରେ ଫ୍ଲାସ ଫ୍ଲଡ ଯୋଗୁ ୨ ଜଣଙ୍କର ମୃତ ହୋଇଥିଲା । ଭୂସ୍ଖଳନ ଯୋଗୁଁ ମାଟିରେ ପ୍ରାୟ ୫୦ ଗାଡି ଦବି ଯାଇଥିଲା । ଚଣ୍ଡିଗଡ଼- ମନାଲୀ ଏବଂ ପଠାନକୋଟ – ମଣ୍ଡି ଏନଏଚ୍ ଯାତାୟତ ସମ୍ପର୍ଣ୍ଣ ବନ୍ଦ ରହିଥିଲା ।

