• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

ଏସିଆ କପ୍ ୨୦୨୫ ଖେଳସୂଚୀ ଘୋଷଣା, ସେପ୍ଟେମ୍ୱର ୧୪ରେ ମୁହାଁମହିଁ ହେବେ ଭାରତ-ପାକିସ୍ତାନ

by Voice of Victims
August 3, 2025
in କ୍ରୀଡା, ଦେଶ ବିଦେଶ
ଏସିଆ କପ୍ ୨୦୨୫ ଖେଳସୂଚୀ ଘୋଷଣା, ସେପ୍ଟେମ୍ୱର ୧୪ରେ ମୁହାଁମହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ୨୦୨୫ । ଏସିଆନ୍ କ୍ରିକେଟ୍ କାଉନ୍ସିଲ ଏ ନେଇ ଖେଳସୂଚୀ ଘୋଷଣା କରିଛି । ଏସିଆ କପ୍ ମୁକାବିଲା ପାଇଁ ଏସିସି ଅଧ୍ୟକ୍ଷ ମୋହସିନ ଅଧ୍ୟକ୍ଷ ଶନିବାର ଭେନ୍ୟୁ ଘୋଷଣା କରିଛନ୍ତି । ଏସିଆ କପ୍ ସେପ୍ଟେମ୍ୱର ୯ରୁ ଅଗଷ୍ଟ ୨୮ ମଧ୍ୟରେ ୟୁଏଇରେ ଖେଳାଯିବ । ସେପ୍ଟେମ୍ବର ୨୮ରେ ଦୁବାଇରେ ହେବ ଫାଇନାଲ ଫାଇଟ୍ ।

ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ମୁକାବିଲା ସେପ୍ଟେମ୍ୱର ୧୪ରେ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି । ତେଣୁ ସେପ୍ଟେମ୍ୱର ୨୧ (ରବିବାର)ରେ ସୁପର୍ ୪ ମୁକାବିଲାରେ ଦୁଇ ଦେଶ ମୁହାଁମୁହିଁ ହୋଇପାରନ୍ତି ।

ସେପ୍ଟେମ୍ୱର ୧୦ରେ ୟୁଏଇ ବିପକ୍ଷରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଭାରତର ସମସ୍ତ ମ୍ୟାଚ୍ ଦୁବାଇରେ ହେବାର ସମ୍ଭାବନା ରହିଛି । ଗ୍ରୁପ୍ ଏରେ ଭାରତ, ପାକିସ୍ତାନ, ୟୁଏଇ ଓ ଓମାନ ଅଛନ୍ତି । ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଚେମ୍ବର ୧୪ରେ ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଚାଡିୟମରେ ଏହି ଲଢେଇ ହେବ । ଭାରତ-ପାକିସ୍ତାନ ଗ୍ରୁପ-ଏରେ ରହିଛନ୍ତି । ଏହା ସହିତ ୟୁଏଇ ଓ ଓମାନ ବି ଅଛନ୍ତି । ଯଦି ଭାରତ-ପାକିସ୍ତାନ ଗ୍ରୁପ ଷ୍ଟେଜ କ୍ୱାଲିଫାଏ କରୁଛନ୍ତି ତେବେ ଦ୍ବିତୀୟ ଥର ସେପ୍ଟେମ୍ବର ୨୧ରେ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ଯଦି ଦୁଇ ଦଳ ଫାଇନାଲରେ ଏଣ୍ଟ୍ରୀ କରୁଛନ୍ତି ତେବେ ତୃତୀୟ ଥର ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇପାରନ୍ତି ।

ସେହିପରି ଗ୍ରୁପ୍ ବିରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ ଅଛନ୍ତି । ଏସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୭ ସଦସ୍ୟ ବିଶିଷ୍ଟ ଟିମ୍ ଲାଗି ଅନୁମତି ଦେଇଛି । ମ୍ୟାଚ୍ ଦୁବାଇ ଓ ଆବୁ ଧାବିରେ ଖେଳାଯିବ । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୯ଟି ମ୍ୟାଚ ଖେଳାଯିବ ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ -ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ପାରିମ୍ପରିକ ପ୍ରତିନ୍ଦ୍ବନ୍ଦୀ ଦଳର ମ୍ୟାଚକୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି ।

Post Views: 80
Share199Tweet125Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In