• About Us
  • Contact Us
Tuesday, September 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

ପୁଣି ମହାନତା ଦେଖାଇଲେ ରିଷଭ ପନ୍ତ, ଆର୍ଥିକ ଅଭାବ ପୀଡିତ ଝିଅକୁ ପଠାଇବା ପାଇଁ ଦେଲେ ସହାୟତା

by Voice of Victims
August 7, 2025
in କ୍ରୀଡା, ଦେଶ ବିଦେଶ, ମୁଖ୍ୟ ଖବର
ପୁଣି ମହାନତା ଦେଖାଇଲେ ରିଷଭ ପନ୍ତ, ଆର୍ଥିକ ଅଭାବ ପୀଡିତ ଝିଅକୁ ପଠାଇବା ପାଇଁ ଦେଲେ ସହାୟତା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରିଷଭ ପନ୍ତ ମହାନତାର ପରିଚୟ ଦେଇଛନ୍ତି । ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ନିକଟରେ ଭଙ୍ଗାପାଦରେ ବ୍ୟାଟିଂ କରିବାକୁ ଆସି ଖେଳ ପ୍ରତି ଆଗ୍ରହ ଦେଖାଇ ଫ୍ୟାନ୍ସଙ୍କ ମନ ଜିଣିନେଇଥିଲେ । ଏବେ କର୍ଣ୍ଣାଟକ ବାଗଲକୋଟ ଜିଲ୍ଲାର ଜଣେ ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି ସମସ୍ତଙ୍କ ମନ ଜିଣିନେଇଛନ୍ତି । ଏହି ୱିକେଟକିପର-ବ୍ୟାଟର ଉଚ୍ଚଶିକ୍ଷା ପାଇଁ  କର୍ଣ୍ଣାଟକର ଜଣେ ମେଧାବୀ ଛାତ୍ରୀଙ୍କୁ ୪୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ।

କର୍ଣ୍ଣାଟକ ବାଗଲକୋଟ ଜିଲ୍ଲାର ତାଲୁକର ରାବକାଭି ଗାଁର ବାସିନ୍ଦା ଜ୍ୟୋତି କାନାବୁର ମଠ, ତାଙ୍କ ପ୍ରି-ୟୁନିଭର୍ସିଟି କୋର୍ସରେ (PUC) ୮୫% ନମ୍ବର ରଖିଥିଲେ । ହେଲେ ମଧ୍ୟ ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚଶିକ୍ଷା ଲାଭ କରିବେ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବରେ ଥିଲେ । ସେ ଜାମଖଣ୍ଡିର ବିଜାପୁର ଲିଙ୍ଗାୟତ ଶିକ୍ଷା ସଂସ୍ଥାନରେ ବ୍ୟାଚେଲର ଇନ୍ କମ୍ପ୍ୟୁଟର ଆପ୍ଲିକେସନ (BCA) ପାଠ୍ୟକ୍ରମରେ ଆଡମିସନ ପାଇଁ ଯୋଗ୍ୟତା ହାସଲ କରିଥିଲେ, କିନ୍ତୁ ତାଙ୍କ ବାପା ତୀର୍ଥୟା କାନାବୁର ମଠ କଲେଜ ଫିସ୍ ଦେବାକୁ ଅସମର୍ଥ ଥିଲେ । ବାପା ଏକ ଛୋଟ ଚା’ ଦୋକାନ କରି ନିଜ ପରିବାର ଭରଣପୋଷଣ କରୁଥିଲେ ।

ସାହାଯ୍ୟ ପାଇଁ ପରିବାର ଲୋକେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ନିକଟକୁ ଯାଇଥିଲେ । ଛାତ୍ରୀଙ୍କ ସହାୟତା ପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣକ ବେଙ୍ଗାଲୁରୁରେ ଥିବା ତାଙ୍କର ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ଏହି ସହାୟତା ଅନୁରୋଧ ରିଷଭ ପନ୍ତଙ୍କ ପାଖରେ ପହଞ୍ଚିଥିଲା ଏବଂ ସେ ତୁରନ୍ତ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ ତୁରନ୍ତ ୪୦ ହଜାର ଟଙ୍କା ଫିସ୍ ସିଧାସଳଖ କଲେଜ ଆକାଉଣ୍ଟରେ ଜମା କରିଥିଲେ । ଯାହାଫଳରେ ଜ୍ୟୋତିଙ୍କ ଉଚ୍ଚଶିକ୍ଷା ଲାଭରେ କୌଣସି ଅସୁବିଧା ହେବନି । ଏହାକୁ ନେଇ କୃତଜ୍ଞତା ପ୍ରକାଶ କରିଛନ୍ତି ଜ୍ୟୋତି । ସେ ରିଷ ପନ୍ତ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏକ କୃତଜ୍ଞତାପୂର୍ଣ୍ଣ ଚିଠି ଲେଖିଛନ୍ତି । ଚିଠିରେ ଜ୍ୟୋତି କୃତଜ୍ଞତା ଜଣାଇବା ସହ ଭବିଷ୍ୟତରେ ଏଭଳି ସହାୟତାପୂର୍ଣ୍ଣ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।ଜ୍ୟୋତି କହିଛନ୍ତି, ମୁଁ ରିଷଭ ପନ୍ତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଭଗବାନଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ମୁଁ ଅନୀଲ ଆନ୍ନା ଏବଂ ଅକ୍ଷୟ ନାୟକ ସାରଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି । ମୁଁ ସେମାନଙ୍କ ସାହାଯ୍ୟ କେବେବି ଭୁଲିବି ନାହିଁ ।”

ଜଣେ ସଫ୍ଟୱେୟାର ଇଞ୍ଜିନିୟର ହେବା ପରେ ଗରିବ ପିଲାମାନଙ୍କୁ ସାହାଯ୍ୟ କରିବେ ବୋଲି ଜ୍ୟୋତି କହିଛନ୍ତି । ମାଞ୍ଚେଷ୍ଟର ଟେଷ୍ଟରେ ଗୋଡ଼ରେ ଫାକ୍ଚର ହେବା ସତ୍ତ୍ବେ ଦଳକୁ ଦରକାର ଥିବା ସମୟରେ ବ୍ୟାଟିଂ କରିବାକୁ ଆସି ଅର୍ଦ୍ଧଶତକ କରିଥିଲେ ରିଷଭ ପନ୍ତ । ଯାହା ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଉ ଏବେ ଛାତ୍ରୀଙ୍କୁ ଆର୍ଥିକ ସହଯୋଗ କରି ସେ ପୁଣି ନିଜ ମହାନତାର ପରିଚୟ ଦେଇଛନ୍ତି ।

Post Views: 167
Share200Tweet125Send
Voice of Victims

Voice of Victims

Recent Posts

  • ବନ୍ଦେ ମାତରମ୍ ପ୍ରସଙ୍ଗ: କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ
  • ଗ୍ୟାସ୍ ସିଲିଣ୍ଡର୍ ଫାଟି ଜଳିଗଲା ହୋଟେଲ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ
  • ଶୋଲର ସେବକ ଜରାଶ୍ରମରେ ମେମୁ ଗୃପ୍ ପକ୍ଷରୁ ସେବା ଆୟୋଜନ
  • କାନାଡ଼ାରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
  • ପ୍ରବଳ ବର୍ଷାରେ ଜିଲ୍ଲା ପ୍ରଶାସନଙ୍କ ବଡ଼ ନିଷ୍ପତ୍ତି, ୪ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In