ନୂଆଦିଲ୍ଲୀ: ମୁକ୍ତ ହସ୍ତରେ ଅପରେସନ ସିନ୍ଦୂର ହୋଇଥିଲା । ବାୟୁସେନା ମୁଖ୍ୟଙ୍କ ପରେ ଏହା ସ୍ପଷ୍ଟ କଲେ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ସେନାର ପଦକ୍ଷେପ ସମ୍ପର୍କରେ କହିଛନ୍ତି ସେନାମୁଖ୍ୟ ।

ଏପ୍ରିଲ ୨୩ରେ ରାଜନାଥ ସିଂଙ୍କ ସହ ବୈଠକ ହୋଇଥିଲ । ସେ କହିଥିଲେ, ବେଶୀ ହୋଇଗଲା । ଆପଣଙ୍କୁ କ’ଣ କରିବାକୁ ହେବ ତାହା ନିଷ୍ପତ୍ତି ନିଅ । ଏହି ପ୍ରକାରର ଆତ୍ମବିଶ୍ୱାସ, ରାଜନୈତିକ ଦିଗଦର୍ଶନ ଏବଂ ରାଜନୈତିକ ସ୍ପଷ୍ଟତା ପ୍ରଥମ ଥର ପାଇଁ ଦେଖିବାକୁ ପାଇଥିଲୁ ବୋଲି କହିଛନ୍ତି ଉପରେନ୍ଦ୍ର ଦ୍ବିବେଦୀ । ଏହା ଆମ ମନୋବଳ ବଢାଇଥିଲା । ତିନି ସେନା ମୁଖ୍ୟ ବହୁତ ସ୍ପଷ୍ଟ ଥିଲୁ ଯେ ଆମକୁ କିଛି କରିବାକୁ ପଡିବ ।
ଆମକୁ ମୁକ୍ତ ଭାବେ ଛଡାଯାଇଥିବାରୁ ତିନି ସେନାମୁଖ୍ୟଙ୍କୁ ଗ୍ରାଉଣ୍ଡ ନିଜ ଅଭିଜ୍ଞତା ଅନୁଯାୟୀ କାର୍ଯ୍ୟ କରିବାରେ ସାହାଯ୍ୟ କରିଥିଲା । ଏପ୍ରିଲ ୨୫ ତାରିଖରେ ତିନି ସେନା ମୁଖ୍ୟ ନର୍ଦନ କମାଣ୍ଡ ଯାଇଥିଲେ । ଯେଉଁଠାରେ ଆମେ ଯୋଜନା କରିଥିଲୁ । ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲୁ । ଏହାକୁ କାର୍ଯ୍ୟକାରୀ କରିଥିଲୁ । ୯ଟି ଲକ୍ଷ୍ୟସ୍ଥଳରୁ ୭ଟି ଧ୍ୱଂସ କରାଯାଇଥିଲା । ବହୁ ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ସହ ଆମର ପ୍ରଥମ ସାକ୍ଷାତ ୨୯ ଏପ୍ରିଲରେ ହୋଇଥିଲା ।

ଆଇଆଇଟି ମାଡ୍ରାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ସେନା ମୁଖ୍ୟ ‘ଅପରେସନ ସିନ୍ଦୂର’କୁ ଚେସ୍ ଖେଳ ସହିତ ତୁଳନା କରିଥିଲେ । ଆମେ ଚେସ୍ ଚାଲ୍ କରୁଥିଲୁ ଏବଂ ଶତ୍ରୁ ମଧ୍ୟ ତାଙ୍କର ଚାଲ୍ କରୁଥିଲା । କେତେବେଳେ ଆମେ ତାଙ୍କୁ ଚେକମେଟ୍ ଦେଉଥିଲୁ ଏବଂ କେତେବେଳେ ଆମେ ଆମ ଜୀବନକୁ ବିପଦରେ ପକାଇ ଆକ୍ରମଣ କରୁଥିଲୁ ।
