ନବରଙ୍ଗପୁର : ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେଡି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ। ପ୍ରଭାବରେ ରାଇଘରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ବିଜେଡି କର୍ମୀ ମାନେ ସକାଳୁ ବିଭିନ୍ନ ଛକରେ ରାସ୍ତା ଅବରୋଧ କରି ବସିଥିବା ଦେଖିବାକୁ ମିଳିଛି। ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ପ୍ରତିବାଦ। ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦ ଡାକରା ଦିଆଯାଇଛି।

କୋଟିଏ ଟଙ୍କା କ୍ଷତିପୂରଣ ଦାବି କରିଛି ବିଜେଡି। ଅନ୍ୟପଟେ ଗାଁରେ ପହଞ୍ଚିଛି ନର୍ସିଂ ଛାତ୍ରୀଙ୍କ ମରଶରୀର । ୨୪ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ ପୀଡ଼ିତା ଛାତ୍ରୀ । ନବରଙ୍ଗପୁର ଜିଲ୍ଲା ରାଇଘର ନର୍ସିଂ ଛାତ୍ରୀଙ୍କ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଗାଁ ମାଟି ଡୁମୁରିମୁଣ୍ଡାରେ ପହଞ୍ଚିଛି ।
