• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମୁମ୍ବାଇରେ ବର୍ଷା ତାଣ୍ଡବ: ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ, ଯାତାୟାତ ଠପ୍

by Voice of Victims
August 19, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ମୁମ୍ବାଇରେ ବର୍ଷା ତାଣ୍ଡବ: ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ, ଯାତାୟାତ ଠପ୍

ମୁମ୍ବାଇ: କେବେ କାହା ପାଇଁ ଅଟକୁଥିବା ସହରର ଗତିକୁ ଆଜି ରୋକି ଦେଇଛି ଜଳ । ବର୍ଷା ଯୋଗୁଁ ଆଜି ଠପ୍ ହୋଇଯାଇଛି ସ୍ୱପ୍ନର ସହର ମୁମ୍ବାଇର ଗତି । ପରିସ୍ଥିତି ଏପରି ଯେ ରାସ୍ତାଘାଟ ସବୁକିଛି ଜଳମଗ୍ନ । ଯୁଆଡେ ଚାହିଁବ ଖାଲି ପାଣି ହିଁ ପାଣି । ବୁଡ଼ିଯାଇଛି ରାସ୍ତା ଘାଟ, ବିମାନବନ୍ଦର ଓ ସହରର ଅନେକ ପ୍ରମୁଖ ସ୍ଥାନ । ଯେଉଁ ସହର ନିଜ ବୈଭବ ଉପରେ ଗର୍ବ କରେ ଆଜି ସେ ଜଳବନ୍ଦୀ । ସେଇଥିପାଇଁ ତ କୁହାଯାଏ ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ । ହଁ ଆଜ୍ଞା, ଆଜି ବର୍ଷାରେ ବେହାଲ ମାୟନଗରୀ ।

ତେବେ ଏହା ପ୍ରଥମ ଥର ନୁହେଁ, ମୁମ୍ବାଇରେ ପ୍ରତିବର୍ଷ ଏଭଳି ବର୍ଷା ହୁଏ ଏବଂ ଲୋକେ ନାନା ସମସ୍ୟାର ସମ୍ମୁଖୀନ ମଧ୍ୟ ହୁଅନ୍ତି । ହେଲେ ଚଳିତ ବର୍ଷ ମୁମ୍ବାଇରେ ତାଣ୍ଡବ ରଚିଛି ବର୍ଷା ଆଉ ଏଥିରେ ଚାଲିଯାଇଛି ୧୨ ଜଣଙ୍କ ଜୀବନ । ଘର, ସ୍କୁଲ, ଅଫିସ୍ ଠାରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ସବୁଠି ପାଣି ଜମି ରହିଛି । ଅନେକ ଅଞ୍ଚଳରେ ଘରର ପ୍ରଥମ ମହଲା ପର୍ଯ୍ୟନ୍ତ ପାଣି ପହଞ୍ଚିଛି । ପରିସ୍ଥିତି ଏମିତି ଯେ ମୁମ୍ବାଇର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ଏବଂ ଘରୋଇ କମ୍ପାନୀଗୁଡ଼ିକ କର୍ମଚାରୀମାନଙ୍କୁ ୱାର୍କ ଫର୍ମ ହୋମ୍ କରିବାକୁ କହିଛନ୍ତି ।

ସ୍ଥାନୀୟ ଟ୍ରେନ୍ ଯାତାୟାତ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ମୁମ୍ବାଇରେ ବର୍ଷା ଯୋଗୁଁ ୨୫୦ ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କରୁଛି । ମୁମ୍ବାଇର ରାସ୍ତାଗୁଡ଼ିକ ୨ ରୁ ୪ ଫୁଟ ପାଣିରେ ବୁଡ଼ି ରହିଛି । ଜଳବନ୍ଦୀ ଯୋଗୁଁ ମୁମ୍ବାଇର ଅନ୍ଧେରୀ ସବୱେ ମଧ୍ୟ ବନ୍ଦ ରହିଛି । ମୁମ୍ବାଇ ଏବଂ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ନିରନ୍ତର ପ୍ରବଳ ବର୍ଷା ହେଉଛି । ଯାହା ବର୍ତ୍ତମାନ ସାଧାରଣ ଜୀବନଯାତ୍ରାକୁ ପ୍ରବାହିତ କରିଛି । ମୁମ୍ବାଇ, ଥାନେ, ପାଲଘର ଏବଂ ନଭି ମୁମ୍ବାଇର ଅନେକ ଅଞ୍ଚଳରେ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଛି ।

ଆଇଏମଡି ଥାନେ ଏବଂ ପାଲଘର ଜିଲ୍ଲାରେ ୧୮-୧୯ ଅଗଷ୍ଟ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ବିଏମସି କହିଛି ଯେ ମୁମ୍ବାଇ ଏବଂ ଉପକଣ୍ଠରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ । ବର୍ଷା ସମ୍ପର୍କରେ ଆଇଏମଡି ରେଡ୍ ଆଲର୍ଟ ଜାରି କରିଛି । ସତର୍କତା ସ୍ୱରୂପ, ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି । ବିଏମସି ଏହା ମଧ୍ୟ କହିଛି ଯେ ଜରୁରୀକାଳୀନ ସେବା କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟାଳୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି ।

Post Views: 71
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In