• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ ଭରିଲେ ବି.ସୁଦର୍ଶନ ରେଡ୍ଡୀ, ଆସନ୍ତା ୯ରେ ହେବ ନିର୍ବାଚନ

by Voice of Victims
August 21, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ ଭରିଲେ ବି.ସୁଦର୍ଶନ ରେଡ୍ଡୀ, ଆସନ୍ତା ୯ରେ ହେବ ନିର୍ବାଚନ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ ଭରିଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ । ଦିଲ୍ଲୀ ସଂସଦ ଭବନ ପରିସରରେ ନାମାଙ୍କନ ଭରିଛନ୍ତି । ୪ ସେଟ ନୋମିନେସନ ଫାଇଲ କରିଛନ୍ତି । ନାମାଙ୍କନ ଭରିବା ସମୟରେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ଥିଲେ । ସେହିପରି ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ , ଶରଦ ପାୱାରଙ୍କ ସମେତ ମେଣ୍ଟର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସୁଦର୍ଶନ ରେଡ୍ଡୀଙ୍କୁ ଟକ୍କର ଦେଉଛନ୍ତି NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ। ଉପରାଷ୍ଟ୍ରପତି ପଦ ପାଇଁ ଆସନ୍ତା ୯ ତାରିଖରେ ଭୋଟଗ୍ରହଣ ହେବ । ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ ।

ସଂଖ୍ୟା ଅନୁସାରେ ଏନଡିଏ ଆଗରେ ରହିଛି। ସଂସଦରେ ମୋଟ ସଦସ୍ୟ ସଂଖା ରହିଛି ୭୮୨ । ଲୋକସଭାରେ ଏନଡିଏର ୨୯୩ ସାଂସଦ ରହିଥିବା ବେଳେ ରାଜ୍ୟସଭାରେ ୧୨୯ ଏମପି ରହିଛନ୍ତି । ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ଲୋକସଭାରେ ୨୩୪ ଓ ରାଜ୍ୟସଭାରେ ୭୯ । ବିଜୟ ପାଇଁ ୩୯୨ ଭୋଟ ଆବଶ୍ୟକ ହେଉଥିବା ବେଳେ ଏନଡିଏ ନିକଟରେ ମୋଟ ୪୨୨ ଭୋଟ ରହିଛି । ତେଣୁ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ।

୧୯୪୭ ଜୁଲାଇ ୮ ତାରିଖରେ ସୁଦର୍ଶନଙ୍କ ଜନ୍ମ । ସୁଦର୍ଶନ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ୧୯୯୫ ମେ ୨ ତାରିଖରେ ଆନ୍ଧ୍ର ହାଇକୋର୍ଟର ସ୍ଥାୟୀ ବିଚାରପତି ଥିଲେ ସୁଦର୍ଶନ । ୧୯୭୧ ଡିସେମ୍ବର ୨୭ରେ ଆନ୍ଧ୍ରପ୍ରଦେଶ ବାର କାଉନସିଲରେ ଓକିଲ ଥିଲେ ସୁଦର୍ଶନ ରେଡ୍ଡୀ । ଓକିଲାତି ବେଳେ ଆନ୍ଧ୍ର ହାଇକୋର୍ଟ ରିଟ୍ ଓ ସିଭିଲ୍ ମାମଲାରେ ଅଭ୍ୟାସ କରୁଥିଲେ । ୧୯୮୮-୯୦ ପର୍ଯ୍ୟନ୍ତ ସୁଦର୍ଶନ ହାଇକୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିଲେ । ୧୯୯୦ ମଧ୍ୟରେ ମାସ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

Post Views: 84
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In