• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା, ରେଖା ଗୁପ୍ତାଙ୍କୁ Z କ୍ୟାଟଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର

by Voice of Victims
August 21, 2025
in ଦେଶ ବିଦେଶ, ମୁଖ୍ୟ ଖବର
ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା, ରେଖା ଗୁପ୍ତାଙ୍କୁ Z କ୍ୟାଟଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆକ୍ରମଣ ପରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ରେଖା ଗୁପ୍ତାଙ୍କୁ Z କ୍ୟାଟଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର । ଆକ୍ରମଣ ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଲା ଗୃହ ମନ୍ତ୍ରଣାଳୟ । କାଲି ଜନଶୁଣାଣି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଜଣଶୁଣାଣି ସମୟରେ ଅଭିଯୋଗ ପାଇଁ ଆସୁଥିବା ଅଭିଯୋଗକାରୀଙ୍କୁ ଭେରିଫାଏ କରାଯିବ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଛଡାଯିବ ରେଖା ଗୁପ୍ତାଙ୍କ ସୁରକ୍ଷା ଦାୟିତ୍ବରେ ରହିବେ CRPF ଯବାନ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପରେ ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ସିକ୍ୟୁରିଟିକୁ ନେଇ ବିଚାର କରାଯିବ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସିଭିଲ ଲାଇନ୍ସ ସ୍ଥିତ ସରକାରୀ ବାସଭବନରେ ଜନଶୁଣାଣି କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣକ ୪୧ ବର୍ଷୀୟ ଗୁଜରାଟ ରାଜକୋଟର ବାସିନ୍ଦା ରାଜେଶ ଖିମଜୀ ।

ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା । ଯେତେବେଳେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରୁଥିଲେ, ଜଣେ ବ୍ୟକ୍ତି ତାଙ୍କ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିଲେ । ସେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ କିଛି କାଗଜପତ୍ର ଦେଇଥିଲେ, ତା’ପରେ ଚିତ୍କାର କରିବା ଆରମ୍ଭ କରିଥିଲେ ଏବଂ ତାଙ୍କୁ ଚାପୁଡ଼ା ମାରିଥିଲେ ।

Post Views: 115
Share199Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In