• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଦିନରାତି ଯିଏ ଏକ କରି ଖଟିବ ସିଏ ଉପରକୁ ଯିବ : ପାଣ୍ଡିଆନ

by Voice of Victims
January 23, 2024
in ମୁଖ୍ୟ ଖବର, ରାଜ୍ୟ
ଦିନରାତି ଯିଏ ଏକ କରି ଖଟିବ ସିଏ ଉପରକୁ ଯିବ : ପାଣ୍ଡିଆନ

ଭୁବନେଶ୍ବର : ଗଜପତି ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ  ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଠାରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି  କାର୍ତ୍ତିକ ପାଣ୍ଡିଆନ । ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳ ହେବାକୁ ଦେଇଛନ୍ତି ସକସେସ୍ ଟିପ୍ସ। ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି  ପାଣ୍ଡିଆନ । ଦିନରାତି ଯିଏ ଏକ କରି ଖଟିବ ସିଏ ଉପରକୁ ଯିବ । ସଫଳତାର ମୂଳ ମନ୍ତ୍ର କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।  ପାଠପଢା ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ହେବ। ଆଉ ଏହି ବ୍ୟକ୍ତିତ୍ବ ବୃଦ୍ଧି କରିବାକୁ ଏହି ନୂଆ ଓ କାର୍ୟ୍ୟକ୍ରମ ବୋଲି କହିଛନ୍ତି  କାର୍ତ୍ତିକ ପାଣ୍ଡିଆନ। କୌଣସି ପ୍ରତିଯୋଗିତାରେ ଜିତିବା ଅପେକ୍ଷା ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ କରିବାରେ ସହାୟକ ହେବ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ସହ ଆତ୍ମବିଶ୍ବାସ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ସଫଳତା ହାସଲ କରିବାକୁ ଫିଟ୍ ରହିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏଥିଲାଗି ପ୍ରତିଦିନ ୩୦ ମିନିଟ ଶାରିରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି । ଶାରିରୀକ ବ୍ୟାୟାମ ସହ ଦୈନିକ ମାନସିକ ୧୫ ମିନିଟ ଧ୍ୟାନ କରିବାକୁ ମଧ୍ୟ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ । ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

Post Views: 43
Share199Tweet125Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In