• About Us
  • Contact Us
Saturday, May 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇସ୍ରାଏଲ-ଗାଜା ମଧ୍ୟରେ ଚାଲିଛି ନିରନ୍ତର ଆକ୍ରମଣ, ବୋମା ବିସ୍ଫୋରଣରେ ୩ ସାମ୍ବାଦିକ ସମେତ ୧୫ ମୃତ

by Voice of Victims
August 25, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଇସ୍ରାଏଲ-ଗାଜା ମଧ୍ୟରେ ଚାଲିଛି ନିରନ୍ତର ଆକ୍ରମଣ, ବୋମା ବିସ୍ଫୋରଣରେ ୩ ସାମ୍ବାଦିକ ସମେତ ୧୫ ମୃତ

ନୂଆଦିଲ୍ଲୀ: ଇସ୍ରାଏଲ-ଗାଜା ମଧ୍ୟରେ ଚାଲିଛି ନିରନ୍ତର ଆକ୍ରମଣ । ଇସ୍ରାଏଲ ପୁଣି ଥରେ ଗାଜାର ବିମାନ ଉପରେ କରିଛି ଆକ୍ରମଣ । ଇସ୍ରାଏଲର ବୋମା ବିସ୍ଫୋରଣରେ ୩ ଜଣ ସାମ୍ବାଦିକଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଯାହାର ସୂଚନା ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଦେଇଛନ୍ତି । ଏହି ଆକ୍ରମଣ ଦକ୍ଷିଣ ଗାଜାର ଏକ ହସ୍ପିଟାଲ ଉପରେ କରାଯାଇଛି ।

ସୂଚନାନୁଯାୟୀ, ଯେଉଁ ସମୟରେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗାଜା ଦଖଲ କରିବାକୁ ଯୋଜନା ଅନୁମୋଦନ କରୁଥିଲା ସେହି ସମୟରେ ଗାଜାରେ ଆକ୍ରମଣ ହୋଇଛି । ସୁରକ୍ଷା କ୍ୟାବିନେଟଠାରୁ ଅନୁମୋଦନ ପାଇବା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ସମଗ୍ର ଅଞ୍ଚଳକୁ ପୁଣି ନିୟନ୍ତ୍ରଣ କରିବା ସହିତ ହମାସ ବିରୋଧୀ ବନ୍ଧୁ ଆରବୀୟମାନଙ୍କୁ ହସ୍ତାନ୍ତର କରିବାକୁ ଯୋଜନା କରୁଛି ।

ସେପଟେ ଗାଜା ପୂର୍ବରୁ ଇସ୍ରାଏଲ ୟେମେନର ରାଜଧାନୀ ସାନାରେ ବିମାନ ଆକ୍ରମଣ କରିଥିଲା । ଇସ୍ରାଏଲୀ ଆକ୍ରମଣରେ ସାନାର ପାୱାର ହାଉସ୍ ଏବଂ ପେଟ୍ରୋଲ ଷ୍ଟେସନ୍ ସମେତ ଅନେକ ଅଞ୍ଚଳକୁ ଟାର୍ଗେଟ କରିଥିଲା । ରାଷ୍ଟ୍ରପତି ଭବନ ନିକଟ ସମେତ ଅନେକ ଅଞ୍ଚଳରେ ବିସ୍ଫୋରଣର ଜୋରଦାର ଶବ୍ଦ ଶୁଣିବାକୁ ମିଳିଥିଲା । ଯେଉଁଥିରେ ରାଷ୍ଟ୍ରପତି ଭବନ ଏବଂ ଏକ ବନ୍ଦ ସାମରିକ ଏକାଡେମୀ ମଧ୍ୟଭାଗ ସାମିଲ୍ । ସାନାର ଏକ କେନ୍ଦ୍ରୀୟ ଏବଂ ଘନ ଜନବସତି ଅଞ୍ଚଳ ସାବିଏନ୍ ସ୍କୋୟାର ପାଖରେ ପ୍ରବଳ ବିସ୍ଫୋରଣ ଏବଂ ଧୂଆଁ ଉଠୁଥିବା ପ୍ରତ୍ୟକ୍ଷଦର୍ଶୀମାନେ ଦେଖିଥିଲେ ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କୀ ଇସ୍ରାଏଲରେ ପଶି ଆକ୍ରମଣ କରିଥିଲେ । ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ । ହମାସର ଏହି ଆକ୍ରମଣ ପରେ ଇସ୍ରାଏଲ ବର୍ତ୍ତମାନ ପ୍ରତିଶୋଧ ପରାୟଣ ହୋଇ ଜବାବ୍ ଦେଉଛି । ବର୍ତ୍ତମାନ ସୁଦ୍ଧା ଇସ୍ରାଲର ଆକ୍ରମଣ ଜାରି ରହିଛି । ଯାହା ଗାଜାର ଏକ ଧ୍ବଂସାବଶେଷ ପାଲଟିଛି ।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ
  • ବଙ୍ଗଳା ପୋଲିସର ବଡ ପଦକ୍ଷେପ: ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କୁ କଲା ଅନଫଲୋ
  • ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ୍ , CDS ନିଯୁକ୍ତ କଲେ କେନ୍ଦ୍ର ସରକାର
  • ପଶ୍ଚିମବଙ୍ଗରେ ପ୍ରଥମ ସରକାର ଗଠନ କଲା ବିଜେପି: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In