• About Us
  • Contact Us
Friday, August 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା, ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ

by Voice of Victims
August 27, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା, ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ

ଭୁବନେଶ୍ୱର: ବିରାଜମାନ ହେଲେ ଅଗ୍ରପୂଜ୍ୟ ଭଗବାନ ଗଣେଶ । ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁ ରୁ ସହର ଯାଏ ସବୁଠି ଉତ୍ସବମୁଖର । ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି । ସ୍କୁଲ, କଲେଜ, କାର୍ଯ୍ୟାଳୟ, ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି । ଆଜି ଗଶେଶ ଚତୁର୍ଥୀ ଅବସରରେ ଛାତ୍ରଛାତ୍ରୀ ଉପବାସ କରିବାର ପରମ୍ପରା ରହିଛି। ବିଦ୍ଯାଦାତା ଗଣେଶଙ୍କୁ ପୂଜାର୍ଚ୍ଚନା ଆଶିଷ ଲାଭ କରିବେ ଛାତ୍ରଛାତ୍ରୀ। ସ୍କୁଲ ଓ କଲେଜ ଗୁଡ଼ିକରେ ଗଣେଶ ପୂଜାଲାଗି ଛାତ୍ରଛାତ୍ରୀ ବ୍ଯାପକ ପ୍ରସ୍ତୁତି କରିଛନ୍ତି । ଅନେକ ସ୍ଥାନରେ ଗଣେଶ ପୂଜାକୁ ‘ଗଣେଶତ୍ସୋବ’ ଭାବେ ପାଳନ କରାଯାଉଛି । ପୂଜାମଣ୍ଡପ ଗୁଡ଼ିକ ଆଲୋକମାଳାରେ ଝଲସୁଛି । ଗଣେଶ ପୂଜା କେବଳ ମହାରାଷ୍ଟ୍ର କି ମୁମ୍ବାଇ ନୁହେଁ, ବରଂ ସମଗ୍ର ଭାରତରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି ।

ହିନ୍ଦୁ ମାସ ଭାଦ୍ରପଦ ଶୁକ୍ଳପକ୍ଷର ବିନାୟକ ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଗଣେଶ ପୂଜା ଚାଲିବ। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁରୁ ସହର ଯାଏ ଉତ୍ସବମୁଖର ହୋଇ ଉଠିଛ। ଗଣେଶ ପୂଜା କେବଳ ମହାରାଷ୍ଟ୍ର କି ମୁମ୍ବାଇ ନୁହେଁ, ବରଂ ସମଗ୍ର ଭାରତରେ ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି ।

ଭାରତୀୟମାନଙ୍କ ପାଇଁ ଗଣେଶ ଚତୁର୍ଥୀ ପର୍ବର ମହତ୍ତ୍ୱ ରହିଛି । ଏହି ପର୍ବ ମହା ଆଡମ୍ବର ସହିତ ପାଳନ କରାଯାଏ । ଲୋକମାନେ ପରସ୍ପରକୁ ଭେଟନ୍ତି, ପରିବାର ଏବଂ ବନ୍ଧୁମାନଙ୍କ ସହିତ ଖୁସି ଉପଭୋଗ କରନ୍ତି ଏବଂ ଭଗବାନ ଗଣେଶଙ୍କୁ ପୂଜା କରନ୍ତି। ଉତ୍ସବ ଶେଷରେ ଗଣେଶ ମୂର୍ତ୍ତିଗୁଡ଼ିକୁ ସାର୍ବଜନୀନ ଜଳାଶୟରେ ବିସର୍ଜନ କରାଯାଏ। ଗଣେଶ ଚତୁର୍ଥୀର ମହତ୍ତ୍ୱ ଧାର୍ମିକ, ସାମାଜିକ ଏବଂ ସାଂସ୍କୃତିକ ବିଶ୍ୱାସ ସହିତ ଜଡିତ। ଏହି ପର୍ବ ଭଗବାନ ଗଣେଶଙ୍କୁ ପୂଜା କରିବାର ସୁଯୋଗ ପ୍ରଦାନ କରେ। ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ଏବଂ ସମାଜରେ ଏକତା ଏବଂ ପ୍ରେମର ଭାବନା ପ୍ରତିଷ୍ଠା କରେ ।

Post Views: 141
Share198Tweet124Send
Voice of Victims

Voice of Victims

Recent Posts

  • ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି
  • ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In