ରଣପୁର ୩୧/୦୮: ରଣପୁର ଏନଏସି ତରଫରୁ କାର୍ଯ୍ୟାଳୟ ପରିସରମଧ୍ୟରେ ସ୍ୱାୟତା ଶାସନ ଦିବସ ସମାରୋହ-୨୦୨୫ପାଳିତ ହୋଇଯାଇଛି l କିଛିଦିନ ଧରି ଏହିଦିବସ ପାଇଁ ବିଭିର୍ଣ୍ଣ ପ୍ରତିଯୋଗିତା ମାନ ହୋଇ ଥିବାବେଳେ ରବିବାର କାର୍ଯ୍ୟଳୟ ପରିସରରେ ସମାରୋହ ଅନୁଷ୍ଠିତ ହୋଇଯାଇଛି l ପ୍ରଭାତରେ ରାମଧୁନ ପରେ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତୋଳନ କରାଯାଇଥିଲା l କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ରେ ଯାଇ ପଞ୍ଚୁଦୋଳ ପଡିଆଠାରେ ଥିବା ଶହୀଦ ରଘୁଦିବାକର ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ସେଠାରୁ ଆସି ବୃକ୍ଷରୋପଣ କରାଯାଇଥିଲା l ସଫେଇ କର୍ମଚାରୀ ମାନଙ୍କୁ ନେଇ ସ୍ୱଚ୍ଛତା ଓ ସଚେତନତା ଉପରେ ଏକ ରାଲି କରାଯାଇଥିଲା l

ପୂର୍ବାହ୍ନ ୧୧ଟାରେ କାର୍ଯ୍ୟଳୟ ପରିସରମଧ୍ୟରେ ଆୟୋଜିତ ମଞ୍ଚରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ଭରଚୁଆଲ ରେ ପ୍ରଦର୍ଶିତ କରାଯାଇଥିଲା l ପରେ ଏହିମଞ୍ଚରେ ଅଧକ୍ଷା ରଙ୍ଗୀନ ମହାନ୍ତି ଙ୍କ ଅଧକ୍ଷତରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ର ବାଚସ୍ପତି ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ଯୋଗଦେଇଥିବା ବେଳେ ସନମାନୀତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ସ୍ଥାନୀୟ ତହସିଲଦାର ଆର୍ଯ୍ୟକୁମାର ସର୍ବଦମନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର ଯୋଗଦେଇ ନିଜନିଜର ଅଭିଭାଷଣ ରଖିଥିଲେ l
ଏହି ମଞ୍ଚରେ ପୂର୍ବରୁ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ମଞ୍ଚରେ ସତ୍ୟନାରାୟଣ ମହାପାତ୍ର ସଂଯୋଜନା କରିଥିଲେ l ସଭାକାର୍ଯ୍ୟ ସରିବାପରେ ଓଡ଼ିଶାର ସୋନମଧନ୍ୟ କଳାକାର ବର୍ଣ୍ଣlଳୀ ହୋତା ଓ ଜ୍ୟୋତି ନାୟକ ଙ୍କ ସହ ସେମାନଙ୍କ ସହଯୋଗୀ ମାନଙ୍କୁ ନେଇ ମେଲୋଡି ପରିବେଷଣ କରାଯାଇଥିଲା l ସମସ୍ତ କର୍ମଚାରୀ ଙ୍କ ସହ ଶତାଧିକ ପୁରୁଷ ମହିଳା ଏହିକାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l
