• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ହେଲେ ନୂଆ ଉପ-ରାଷ୍ଟ୍ରପତି

by Voice of Victims
September 9, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଏନଡିଏ ଘୋଷଣା କଲା ଉପରାଷ୍ଟ୍ରପତି ପ୍ରାର୍ଥୀ, ଜାଣନ୍ତୁ ଏନଡିଏର  ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ବାବଦରେ

ନୂଆଦିଲ୍ଲୀ: ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ହେଲେ ନୂଆ ଉପ-ରାଷ୍ଟ୍ରପତି ।  ଉପରାଷ୍ଟ୍ରପତି ନିର୍ବାଚନରେ INDIA ବ୍ଲକ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ହେଲେ ବିଜୟ ।   ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ଉପ ରାଷ୍ଟ୍ରପତି ନିର୍ବାଚିତ ହେଲେ ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ।  INDIA ବ୍ଲକ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ପାଇଲେ ୩୦୦ ପ୍ରଥମ ପସନ୍ଦ ଭୋଟ ।  ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ୯୮.୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଫଳାଫଳ ଘୋଷଣା କଲେ ରାଜ୍ୟସଭା ମହା ସଚିବ ପି ସି ମୋଦି । ୧୯ ସାଂସଦ କ୍ରସ ଭୋଟିଂ କରିଥିବା ଆଶଙ୍କା କରାଯାଉଛି ।

ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍। ସିପି. ରାଧାକ୍ରିଷ୍ଣନ ନାମରେ ଜଣାଶୁଣା । ଅଭିଜ୍ଞ ରାଜନେତା, ପ୍ରଶାସକ ଓ ଆରଏସଏସର କର୍ମକର୍ତ୍ତା। ୧୯୫୭ ମସିହା ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପୁରରେ ଜନ୍ମ। ଥୁଥୁକୁଡିରେ ଭିଓ.ଚିଦମ୍ବରମ କଲେଜରେ ଉଚ୍ଚଶିକ୍ଷା ସହ ବିବିଏ ଡିଗ୍ରୀ ହାସଲ । କଲେଜରେ ଟେବୁଲ ଟେନିସରେ ଚାମ୍ପିଅନ ହେବା ସହ ଆଥଲେଟ, କ୍ରିକେଟ ଓ ଭଲିବଲରେ ନିଜର ପାରିଦର୍ଶିତା ଦେଖାଇଥିଲେ ସିପି. ରାଧାକ୍ରିଷ୍ଣନ । ୧୯୭୪ରେ ୧୬ ବର୍ଷ ବୟସରେ ରାଧାକ୍ରିଷ୍ଣନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଭାରତୀୟ ଜନସଂଘରୁ ଆରମ୍ଭ କରିଥିଲେ ରାଜନୈତିକ ଯାତ୍ରା।

ଆରଏସଏସରେ ସ୍ୱୟଂସେବକ ଭାବେ ଯୋଗଦେଇ ଭାରତୀୟ ଜନସଂଘ, ବିଜେପିର ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ହୋଇଥିଲେ। ୧୯୭୭ରେ ଜନସଂଘ ଜନତା ପାର୍ଟିରେ ମିଶିବା ଓ ୧୯୮୦ରେ ବିଜେପି ଗଠିତ ପରେ ରାଧାକ୍ରିଷ୍ଣନ ଏହା ସହ ଯୋଡ଼ି ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କର ନିକଟତମ ସହଯୋଗୀ ଥିଲେ। ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ପାଇଁ ଜନସାଧାରଣରେ ସେ “କୋୟମ୍ବାଟୁରର ବାଜପେୟୀ” ଭାବେ ପରିଚିତ। ୧୯୯୬ରେ ବିଜେପିର ତାମିଲନାଡୁ ରାଜ୍ୟ ସମ୍ପାଦକ ଥିଲେ ସିପି ରାଧାକ୍ରିଷ୍ଣନ। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡୁ ରାଜ୍ୟ ବିଜେପି ସଭାପତି ଭାବରେ କାର୍ଯ୍ୟ କରିଥିଲେ।

ବିଜେପିର ତାମିଲନାଡୁ ସଭାପତି ଭାବେ ରାଧାକ୍ରିଷ୍ଣନ ନଦୀ ସଂଯୋଗ, ଆତଙ୍କବାଦର ମୁକାବିଲା ଏବଂ ଅସ୍ପୃଶ୍ୟତା ଦୂରୀକରଣ ଆଦି ପ୍ରସଙ୍ଗ ନେଇ ୯୩ ଦିନିଆ ରଥଯାତ୍ରା କରିଥିଲେ। ୧୯୯୮ ଲୋକସଭା ନିର୍ବାଚନରେ କୋଏମ୍ବାଟୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ପରେ ସେ ୧୯୯୯ରେ ଅଧିକ ଭୋଟ ବ୍ୟବଧାନରେ ପୁନଃନିର୍ବାଚିତ ହୋଇ ୨୦୦୪ ପର୍ଯ୍ୟନ୍ତ ସାଂସଦ ଥିଲେ । ରାଧାକ୍ରିଷ୍ଣନ ତାଙ୍କ ରାଜନୈତିକ ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଛନ୍ତି। ୨୦୧୪ ଓ ୨୦୧୯ରେ କୋୟମ୍ବାଟୁରରୁ ଲଢି ପରାସ୍ତ ହୋଇଥିଲେ । ୨୦୨୪ ଜୁଲାଇ ୩୧ରେ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହା ପୂର୍ବରୁ ସେ ୨୦୨୩ ଫେବ୍ରୁଆରି ୧୮ରୁ ୨୦୨୪ ଜୁଲାଇ ୩୦ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୨୪ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ତେଲଙ୍ଗାନାର ରାଜ୍ୟପାଳ ଏବଂ ମାର୍ଚ୍ଚରୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ପୁଡୁଚେରୀ ଉପରାଜ୍ୟପାଳ ଭାବେ ରାଧାକ୍ରିଷ୍ଣନ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ଅଗଷ୍ଟ ୧୭ରେ ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ ବୈଠକରେ ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଗତମାସ ୨୦ ତାରିଖରେ ମୋଦୀ ଓ ବରିଷ୍ଠ ନେତାଙ୍କ ସମର୍ଥନରେ ନୋମିନେସନ କରିଥିଲେ । ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡିଙ୍କ ସହ ତାଙ୍କର ଟକ୍କର ହୋଇଥିଲା ।

Post Views: 45
Share198Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In