• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଜୟଙ୍କ ରାଲିରେ ଦଳାଚକଟା ଘଟଣା: ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ରାଶି ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

by Voice of Victims
September 28, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା ଅଭିଯୋଗ
ବିଜୟଙ୍କ ରାଲିରେ ଦଳାଚକଟା ଘଟଣା: ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ରାଶି ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ବିଜୟଙ୍କ ରାଲିରେ ଦଳାଚକଟା ଘଟଣାରେ ୩୯ ଜଣଙ୍କ ମୃତ୍ୟୁ ପରେ ସାରା ଦେଶ ସ୍ତବ୍ଧ ହୋଇଛି । ଏବେ ସୁଦ୍ଧା ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ଓ ୫୦ ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । । ମୃତକଙ୍କ ମଧ୍ୟରେ ୧୬ଜଣ ମହିଳା, ୯ଜଣ ପୁରୁଷ ଓ ୬ଜଣ ଶିଶୁ ଅଛନ୍ତି । ଅଭିନେତାରୁ ନେତା ସାଜିଥିବା ବିଜୟ ଥାଲାପତିଙ୍କୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିବା ବେଳେ ବିଜୟ ଭାଷଣ ଦେବା ବେଳେ ଭୟଙ୍କର ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପିଲା ଏବଂ ଦଳୀୟ କର୍ମୀଙ୍କ ସମେତ ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ବିଜୟ ପରିସ୍ଥିତି ଦେଖି ତୁରନ୍ତ ତାଙ୍କ ଭାଷଣ ବନ୍ଦ କରି ଦେଇଥିଲେ। ଦଳାଚକଟାରେ ଅଚେତ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ କିଛିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।ତେବେ ରାଲି ସମୟରେ ହୋଇଥିବା ଦଳାଚକଟାକୁ ନେଇ ଅଭିନେତା ବିଜୟଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । “ମୋ ହୃଦୟ ଭାଙ୍ଗି ଯାଇଛି; ମୁଁ ଏକ ଅସହ୍ୟ, ଅବର୍ଣ୍ଣନୀୟ ଯନ୍ତ୍ରଣା ଏବଂ ଦୁଃଖରେ ଅଛି ଯାହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ,” ବିଜୟ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି କହିଛନ୍ତି, “କରୁରରେ ପ୍ରାଣ ହରାଇଥିବା ଆମର ପ୍ରିୟ ଭାଇ ଏବଂ ଭଉଣୀମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଏବଂ ସହାନୁଭୂତି ପ୍ରକାଶ କରୁଛି ।

ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଲୋକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।”ଅନ୍ୟପଟେ କରୁର୍ ଦଳାଚକଟାରେ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. ଷ୍ଟାଲିନ୍ । ହସ୍ପିଟାଲ ଯାଇ ଗୁରୁତରଙ୍କୁ ଭେଟିଛନ୍ତି । ଘଟଣାରେ ଉଦବେଗ ପ୍ରକାଶ କରିବା ସହ ଗୁରୁତର ଓ ଆହତଙ୍କୁ ଚିକିତ୍ସା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏମ୍.ଷ୍ଟାଲିନ୍ ।

Post Views: 74
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In