• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଲୋକାର୍ପଣ ହେଲା ସମଲେଇ ପ୍ରକଳ୍ପ

by Voice of Victims
January 27, 2024
in ମୁଖ୍ୟ ଖବର, ରାଜ୍ୟ
ଲୋକାର୍ପଣ ହେଲା ସମଲେଇ ପ୍ରକଳ୍ପ

ଭୁବନେଶ୍ୱର: ପ୍ରତୀକ୍ଷାର ହେଲା ଅନ୍ତଃ । ଶେଷରେ ମା’ ସମଲେଇ ପ୍ରକଳ୍ପ  ଶନିବାର ଲୋକାର୍ପିତ ହୋଇଛି । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି ।  ପ୍ରଥମେ ମା’ ସମଲେଇଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ‘ସମଲେଇ ପ୍ରକଳ୍ପ’ର ଶୁଭ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆଜି ମଧ୍ୟାହ୍ନ ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ପହଞ୍ଚିଥିଲେ। ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ନ ପ୍ରାୟ ୧ଟାରେ ଏହି ମନ୍ଦିର ଲୋକାର୍ପଣ କରିଥିବା ଜଣାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବି ଉପସ୍ଥିତ ଥିଲେ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ୟାଟେରି ଗାଡ଼ିରେ ବସି ସମ୍ପୂର୍ଣ୍ଣ ସମଲେଶ୍ୱରୀ ପ୍ରକଳ୍ପ ବୁଲି ଦେଖିଥିଲେ। ପ୍ରକାଶ ଯେ ସମଲେଇ ପ୍ରକଳ୍ପରେ ମା’ ସମଲେଶ୍ବରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଯାହାକି ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭବ ଦେବ । ପ୍ରଥମେ ୪.୪୨ ଏକର ଜମିରେ ମାଆଙ୍କ ମନ୍ଦିର ଥିବାବେଳେ ସମଲେଇ ପ୍ରକଳ୍ପରେ ଆଜି ପ୍ରାୟ ୪୦ ଏକର ଜମିରେ ପରିବ୍ୟାପ୍ତ ହୋଇଛି । ପ୍ରକଳ୍ପରେ ମହାନଦୀ ଘାଟ ପ୍ରସ୍ତୁତ ହୋଇଛି । ଏଠାରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ । ମନ୍ଦିର ଚତୁଃପାର୍ଶ୍ବରେ ସୁଉଚ୍ଚ ତୋରାଣ, ଐତିହାସିକ କରିଡର, ଶୌଚାଳୟ, ସୂଚନା କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ଭେଣ୍ଡିଙ୍ଗ ଜୋନ, ମହାନଦୀ ଘାଟର ଉନ୍ନତିକରଣ, ରିଙ୍ଗ ରୋଡ ସୌନ୍ଦର୍ୟ୍ୟକରଣ, ଫୁଟ୍ ଓଭରବ୍ରିଜ, ଫୁଡ ପାର୍କ, ସ୍ଥାପତ୍ୟ ପାର୍କ, ସମ୍ବଲପୁର ରେଳ ଷ୍ଟେସନରୁ ମନ୍ଦିର ପର୍ୟ୍ୟନ୍ତ ପ୍ରଶସ୍ତ ରାସ୍ତା ଆଦିର ବିକାଶ କରାଯାଇଛି ।  ସମଲେଶ୍ବରୀ ପୀଠକୁ ଆସୁଥିବା ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରତି ପ୍ରାଥମିକତା ଦିଆଯାଇଛି । ମନ୍ଦିରର ମୁଖ୍ୟ ଦ୍ବାର, ଯେଉଁପଟେ ପ୍ରବେଶ କରାଯିବ ତା’ ସମ୍ମୁଖରେ ଜୋତା, ଚପଲ ଷ୍ଟାଣ୍ଡର ବ୍ୟବସ୍ଥା ରହିବ । ଭକ୍ତ ଶ୍ରଦ୍ଧାଳୁମାନଙ୍କ ଧାଡି ଦର୍ଶନ ପାଇଁ ବ୍ୟାରିକେଟିଂ ବ୍ୟବସ୍ଥା ସହ ଖରା ବର୍ଷାରୁ ରକ୍ଷା ପାଇଁ ବ୍ୟବସ୍ଥା ରହିଛି । ମନ୍ଦିରର ଉତ୍ତର ପାର୍ଶ୍ବରେ ରହିଛି ମିଶନ ଶକ୍ତି କାଫେ । ଏହି କାଫେକୁ ଦୁଇଟି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ପରିଚାଳନା ଦାୟିତ୍ବ ପାଇଥିବା ବେଳେ ଏଠାରେ ଖାଣ୍ଟି ସମ୍ବଲପୁରିଆ ଘରୋଇ ଖାଦ୍ୟ ଉପଲବ୍ଧ ହେବ । ଏହା ନିକଟରେ ରହିବ ସୂଚନା କେନ୍ଦ୍ର, ଭେଣ୍ଡିଂ ଜୋନ । ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା ହୋଇଛି । ପାର୍କିଂର ସୁବ୍ୟବସ୍ଥା ସହିତ ମନ୍ଦିର ପରିସରରେ ସ୍ବତନ୍ତ୍ର ଗ୍ରୀନ କରିଡରର ବ୍ୟବସ୍ଥା ରହିଛି । ସମଲେଇ ପ୍ରକଳ୍ପ ପାଇଁ ପ୍ରଥମ ପର୍ୟ୍ୟାୟରେ ୨୦୦ କୋଟି ଘୋଷଣା ହୋଇଥିଲା । ପରବର୍ତ୍ତୀ ସମୟରେ ଆଉ ୨୦୦ କୋଟିର ପ୍ୟାକେଜ ଘୋଷଣା କରିଥିଲେ ରାଜ୍ୟ ସରକାର । ସମଲେଇ ପ୍ରକଳ୍ପ ମାଧ୍ୟମରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ପର୍ୟ୍ୟଟନର ବିକାଶକୁ ଗୁରୁତ୍ବ ଦିଆଯାଇଛି ।

Post Views: 172
Share199Tweet124Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In