ଭୁବନେଶ୍ବର (ଭିଓଭି): ପରମ୍ପରାଗତ ଓ ବିକଳ୍ପ ଚିକିତ୍ସା ପଦ୍ଧତିକୁ ଉନ୍ନତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଆୟୁଷ ନିର୍ଦ୍ଦେଶିକା ଶ୍ରୀମତୀ ଅଞ୍ଜନା ପଣ୍ଡା, IASଙ୍କ ସହ ଇଲେକ୍ଟ୍ରୋ ହୋମିଓପାଥିକୁ ରାଜ୍ୟର ଆରୋଗ୍ୟ ବ୍ୟବସ୍ଥାରେ କିପରି ରୂପାୟନ କରାଯାଇପାରେ ସେଥିପାଇଁ ଏକ ବୈଠକ ଆୟୋଜିତ ହୋଇଥିଲା। ଆଲୋଚନାରେ ଇଲେକ୍ଟ୍ରୋ ହୋମିଓପାଥିର ସୀମା, ବୈଧିକ ଗଠନାତ୍ମକ ଢାଞ୍ଚା ଓ ଗୁଣବତ୍ତାମୂଳକ ଚିକିତ୍ସା ପ୍ରକ୍ରିୟା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ଆୟୁଷ ନିର୍ଦ୍ଦେଶିକା ଏହି ପଦକ୍ଷେପକୁ ସ୍ୱାଗତ କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ସହ ସମନ୍ୱୟ ରଖି ଇଲେକ୍ଟ୍ରୋ ହୋମିଓପାଥି ପ୍ରଚାର ପାଇଁ ସମସ୍ତ ସମ୍ଭବ ସହଯୋଗ ଦେବା ଆଶ୍ୱାସନା ଦେଲେ।

ଭାରତୀୟ ଜନତା ପାର୍ଟି ଓଡ଼ିଶାର ରାଜ୍ୟ ସମନ୍ବୟକାରୀ ଶ୍ରୀ ରବି ମହାରଣା ଚିକିତ୍ସା ପ୍ରୋଟୋକଲର ମାନବୃଦ୍ଧି କରିବା, ଜନଚେତନା କାର୍ଯ୍ୟକ୍ରମ ଓ ମାନ୍ୟତାପ୍ରାପ୍ତ ସଂସ୍ଥାଗୁଡ଼ିକର ସହଯୋଗ ମାଧ୍ୟମରେ କ୍ଷମତା ବୃଦ୍ଧି କରିବାରେ ଜୋର ଦେଲେ। ରାଜ୍ୟ ଇଲେକ୍ଟ୍ରୋ ହୋମିଓ ପାଥି ଚିକିତ୍ସକ ସଂଘର ସଭାପତି ଡା. ସରୋଜ କୁମାର ସାହୁ, ସଚିବ ଡା. ପର୍ଶୁରାମ ଖଟୁଆ ଓ ପରାମର୍ଶଦାତା ଶ୍ରୀ ନିଶିକାନ୍ତ ନାୟକ ଇଲେକ୍ଟ୍ରୋ ହୋମିଓପାଥିକୁ ସର୍ବସାଧାରଣଙ୍କ ଆରୋଗ୍ୟ ସେବାରେ ଏକ ପୂରକ ଚିକିତ୍ସା ପଦ୍ଧତି ଭାବେ ସମ୍ମିଳିତ କରି ଜନସାଧାରଣଙ୍କୁ ସ୍ୱଳ୍ପ ବ୍ୟୟ ଓ ଗୁଣବତ୍ତାମୂଳକ ଚିକିତ୍ସା ସୁବିଧା ଦେବା ପ୍ରତି ଆଶାବାଦୀ ଭାବେ ମତ ପ୍ରକାଶ କଲେ।

