ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ପୁଣି ଥରେ ଦାବି ଦୋହରାଇଲେ ଟ୍ରମ୍ପ । ହ୍ବାଇଟ୍ ହାଉସରେ ଟ୍ରମ୍ପ କହିଛନ୍ତି, ଆମେ ବାଣିଜ୍ୟକୁ ବ୍ୟବହାର କରି ଏହିଭଳି ଅନେକ ଯୁଦ୍ଧ ବନ୍ଦ କରିଛୁ । ଏହାର ଏକ ଉଦାହରଣ ଭାରତ ଏବଂ ପାକିସ୍ତାନ ଯୁଦ୍ଧ । ଦୁଇ ଦେଶ ଅତ୍ୟନ୍ତ ଉଗ୍ର ଭାବେ ସାମ୍ନାସାମ୍ନି ହୋଇଥିଲେ । ୭ ବିମାନ ଖସିପଡିଥିଲା ।

ଯୁଦ୍ଧ ବନ୍ଦ ନକଲେ, ଆମେ ବାଣିଜ୍ୟ ଚୁକ୍ତି କରିବୁ ନାହିଁ ବୋଲି କହିଥିଲି । ଆମେରିକାରେ ବିକ୍ରି ହେଉଥିବା ଯେକୌଣସି ସାମଗ୍ରୀ ଉପରେ ଆମେ ୨୦୦ ପ୍ରତିଶତ ଶୁଳ୍କ ଲଗାଇବୁ । ମୁଁ ଉଭୟ ଦେଶର ନେତାଙ୍କ ସହ କଥା ହେଲି । ପରଦିନ ଯୁଦ୍ଧ ବନ୍ଦ ହେଲା । ଯୁଦ୍ଧ ବନ୍ଦ କରିବାକୁ ତାଙ୍କୁ ଭଲ ଲାଗେ ବୋଲି ଟ୍ରମ୍ପ କହିଛନ୍ତି ।

