• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଇନଜୀବୀ ପୀତବାସ ହତ୍ୟା ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ରାତି ଅଧରେ ଉଠାଇ ନେଲା ପୋଲିସ

by Voice of Victims
October 22, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ପଛରେ ବାଲି ମାଫିଆ, ବାହାରର ସୁପାରୀ କିଲରକୁ ନିୟୋଜିତ କରିଥିବା ନେଇ ଚର୍ଚ୍ଚା

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ପଚରାଉଚରା । ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜ଼ିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ନେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ୟ ଥାନା ଅଧିକାରୀଙ୍କ ସହ ନିଜେ ଏସପି ଆସି ତାଙ୍କୁ ଡାକି ନେଇଥିବା ସୂଚନା । ପୂର୍ବରୁ ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ସଦସ୍ୟ ମଦନ ଦଳେଇ ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କୁ ପୋଲିସ ପଚରା ଉଚରା କରିବା ପାଇଁ ଡାକି ନେଇଥିଲା । ସେହିପରି ପୂର୍ବତନ ମେୟରଙ୍କ ସହଯୋଗୀ କୁହାଯାଉଥିବା ଦୁଇ ଜଣଙ୍କୁ ମଧ୍ୟ ପୋଲିସ ଉଠାଇନେଇଛି ।  ଏଵେ ପୋଲିସ ହେପାଜତରେ ୪ ପଲଟିକାଲ ଲିଡର ।

ସେପଟେ ହତ୍ୟାକାରୀ ତଥା ସାର୍ପ ସୁଟର ଚିଣ୍ଟୁକୁ ପୋଲିସ ବେଙ୍ଗାଳୁରୁରୁ ଉଠାଇନେଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ପାଇଛି ପୋଲିସ ।  ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ଫେରାର ହେବା ସହ ପୁରୀ ବେଳାଭୂମିର ବାଲିରେ ପୋତି ଦେଇଥିଲା ବନ୍ଧୁକ ।  ପୋଲିସ ହାତରେ ବନ୍ଧୁକ ଲାଗିବା ପରେ ପୁରୀରେ ହତ୍ୟାକାରୀର ଅନ୍ୟତମ ସହଯୋଗୀ ରହିଥିବା ପୋଲିସ ଅନୁମାନ କରୁଛି ।  ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଧରାପଡ଼ି ନଥିବା ସୂଚନା ମିଳିଛି। ବିକ୍ରମ ପଣ୍ଡାଙ୍କୁ ନେଇଥିବା ପ୍ରତିବାଦରେ ତାଙ୍କ ଘରେ ଏକାଠି ହୋଇଥିଲେ ବହୁ କର୍ପୋରେଟର, ବହୁ ଓକିଲ, ବିଜେଡି କର୍ମୀ, ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଗଞ୍ଜାମ ଓକିଲ ସଙ୍ଘ ସଭାପତି ମନୋଜ ପଟ୍ଟନାୟକ ।  ବ୍ରହ୍ମପୁର ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ୧୬ ଦିନ ବିତିଲାଣି। ବିଭିନ୍ନ ଦିଗରୁ ତଦନ୍ତ କରି ପୋଲିସ ପ୍ରାୟ ଶହେରୁ ଅଧିକଙ୍କୁ ପଚରାଉଚରା କରିଛି। ୧୦ଜଣଙ୍କୁ ଅଟକ ରଖି ଜେରା ବେଳେ ମିଳିଛି ବଡ଼ ସୁରାକ।

Post Views: 42
Share199Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In