ନୂଆଦିଲ୍ଲୀ : ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରମ୍ପ ଫୋନ୍ କଲ୍ ମାଧ୍ୟମରେ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଏହି ଆଲୋକର ପର୍ବରେ ଦୁଇଟି ଲୋକତନ୍ତ୍ର ଦୁନିଆର ଆଶାର କିରଣ ହେଉ ଏବଂ ଆତଙ୍କବାଦ ବିରୋଧରେ ଏକତ୍ରିତ ରହୁ ବୋଲି ମୋଦି ତାଙ୍କ ସୋସିଆଲ ମିଡିଆରେ ପେଜରେ ଲେଖିଛନ୍ତି ।

ସୂଚନାନୁଯାୟୀ, ଆମେରିକା-ଭାରତ ସମ୍ପର୍କ ଖରାପ ହେବା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପ ଫୋନରେ ଆଲୋଚନା କରିଛନ୍ତି । ଏହାରି ମଧ୍ୟରେ ଆମେରିକା ଲଗାତାର ଭାବେ ଭାରତକୁ ରୁଷରୁ ତେଲ ନ କିଣିବା ପାଇଁ ଚାପ ପକାଉଛି । ଏହା ପରେ ସେ ଏହାକୁ ୟୁକ୍ରେନ ଯୁଦ୍ଧ ଉପରେ ମସ୍କୋକୁ ଅଲଗା କରିବାର ଏକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। କିନ୍ତୁ ଏପରି କୌଣସି ଆଲୋଚନା ହୋଇନଥିବା ବିବୃତ୍ତିକୁ ଭାରତ ଖାରଜ କରି ସ୍ପଷ୍ଟ କରିଛି । ଏଥି ସହିତ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ “ଦୁଇ ନେତାଙ୍କ ମଧ୍ୟରେ କୌଣସି ଫୋନ୍ କଲ୍ ହୋଇନାହିଁ ।”

ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍ ହାଉସରେ ଦୀପାବଳି ପାଳନ କରିଥିଲେ । ଏହାରି ମଧ୍ୟରେ ସେ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଏଥି ସହ ଟ୍ରମ୍ପ କହିଥିଲେ ଯେ, ‘‘ମୁଁ ଭାରତର ଲୋକମାନଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି ।’’ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ ଖୁବ୍ କଥା ହୋଇଥିଲେ ଟ୍ରମ୍ପ । ଯେଉଁ ଆଲୋଚନା ବାଣିଜ୍ୟକୁ ନେଇ ରହିଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋଦିଙ୍କୁ ଭଲ ବନ୍ଧୁ ସମ୍ବୋଧନ କରିଥିଲେ ।
