• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହମାସକୁ ଟ୍ରମ୍ପଙ୍କ ଚେତାବନୀ ; ଯୁଦ୍ଧବିରତିରୁ ଓହରିଲେ ମୂଳପୋଛ କରିଦେବ ଆମେରିକା

by Voice of Victims
October 22, 2025
in ଦେଶ ବିଦେଶ, ମୁଖ୍ୟ ଖବର
ହମାସକୁ ଟ୍ରମ୍ପଙ୍କ ଚେତାବନୀ ; ଯୁଦ୍ଧବିରତିରୁ ଓହରିଲେ ମୂଳପୋଛ କରିଦେବ ଆମେରିକା

ଆମେରିକା: ଆତଙ୍କୀ ସଂଗଠନ ହମାସକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚରମ ଚେତାବନୀ। ଇସ୍ରାଏଲ ସହ ଯୁଦ୍ଧବିରତି ଭଙ୍ଗ କଲେ ଭୋଗିବାକୁ ପଡିବ ବଡ଼ ପରିଣାମ । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧବିରତି ବଜାୟ ରହୁ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଏହାର ଖିଲାପ କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ଯୁଦ୍ଧବିରତିରୁ ଓହରିଲେ ହମାସକୁ ମୂଳପୋଛ କରିଦେବାକୁ ଟ୍ରମ୍ପ ଧମକ ଦେଇଛନ୍ତି । କହିଛନ୍ତି ଆତଙ୍କବାଦୀ ଗୋଷ୍ଠୀକୁ ଯୁଦ୍ଧବିରତି ଆଚରଣ ଗ୍ରହଣ କରିବାକୁ ପଡିବ । ନଚେତ ହିଂସାତ୍ମକ ପରିଣାମର ସମ୍ମୁଖୀନ ହେବେ ବୋଲି କହିଛନ୍ତି ଟ୍ରମ୍ପ । ହମାସକୁ ଭଲ ହେବାକୁ ପଡିବ । ଯଦି ସେମାନେ ଭଲ ନହୁଅନ୍ତି ତେବେ ମୂଳପୋଛ କରିଦିଆଯିବ ବୋଲି କହିଛନ୍ତି ଟ୍ରମ୍ପ ।

କିନ୍ତୁ ସେ ସତର୍କ କରାଇ କହିଛନ୍ତି ଯଦି ହମାସ ଆକ୍ରମଣ ଜାରି ରଖେ ତାହେଲେ ଆମେ ଭିତରକୁ ଯାଇ ଏହାକୁ ସଜାଡ଼ିବୁ। ଏହାପରେ ବହୁତ ଶୀଘ୍ର ଏବଂ ହିଂସାତ୍ମକ ଭାବରେ ଏସବୁର ଅନ୍ତ ହେବ । ଯାହା ଆମେରିକା କରିବାକୁ ଚାହୁଁନାହିଁ ବୋଲି କହିଛନ୍ତି ଟ୍ରମ୍ପ। ଆମେରିକା ବାରମ୍ବାର ହମାସକୁ ଅସ୍ତ୍ରବିରତି ପାଳନ କରିବାକୁ ଚେତାବନୀ ଦେଇଆସୁଛି। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ହମାସକୁ ଚେତାବନୀ ଦେଇଛନ୍ତି । କହିଛନ୍ତି ଯଦି ହମାସ ଇସ୍ରାଏଲ ସେନା ଉପରେ ପୁନଃ ଆକ୍ରମଣ କରେ ତେବେ ଏଥିଲାଗି ହମାସକୁ ଭାରି ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ନେତନ୍ୟାହୁ ।

Post Views: 35
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In