• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନୀତୀଶ ଏନଡିଏ ବିଧାୟକ ଦଳ ନେତା

by Voice of Victims
January 28, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ନୀତୀଶ ଏନଡିଏ ବିଧାୟକ ଦଳ ନେତା

ପାଟନା: ନୀତୀଶ କୁମାର ଏନଡିଏ ବିଧାୟକ ଦଳ ନେତାଭାବେ ନିର୍ବାଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାର ଏନଡିଏ ବିଧାୟକ ଦଳ ନେତାଭାବେ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଯେ  ବିହାରରେ ଭାଙ୍ଗିଲା ଆରଜେଡି-ଜେଡିୟୁ ମେଣ୍ଟ ସରକାର । ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଜେଡିୟୁ-ଏନଡିଏ ମେଣ୍ଟ ସରକାର । ଦ୍ବିତୀୟ ଥର ଲାଗି ଏହି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ସନ୍ଧ୍ୟା ୫ଟାରେ ହେବ ଶପଥ ଗ୍ରହଣ ସମାରୋହ । ଇସ୍ତଫା ପରେ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଆଜି ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ଏବଂ ରାଜ୍ୟରେ ଜେଡିୟୁ-ଆରଜେଡି ସରକାର ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ମଧ୍ୟ କହିଛି । ସବୁକିଛି ଠିକ୍ ନ ଥିବାରୁ ଏହି ପରିସ୍ଥିତି ଆସିଛି । ଇସ୍ତଫା ପୂର୍ବରୁ ମୁଁ ସମସ୍ତଙ୍କ ଠାରୁ ମତାମତ ନେଇଥିଲି । ଆଜି ରାଜ୍ୟରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର ପତନ ହୋଇଛି । ଆଜି ସକାଳ ୧୦ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ବୈଠକ ବସିଥିଲା । ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ବିଧାୟକଙ୍କ ସହମତି ଲୋଡିଥିଲେ ନୀତିଶ । ବୈଠକରେ ପାଖାପାଖି ୨୦ ମିନିଟ ଧରି ଆଲୋଚନା ହେବା ପରେ ରାଜଭବନ ଅଭିମୁଖେ ବାହାରିଥିଲେ ନୀତିଶ । ଏହାପରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରି ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଜଣାଇଥିଲେ । ରାଜ୍ୟପାଳ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ । ୭୨ ବର୍ଷୀୟ ରାଜନେତା ନୀତିଶ କୁମାର ଆଜି ସନ୍ଧ୍ୟା ୫ଟାରେ ଜେଡିୟୁ-ଏନଡିଏ ମେଣ୍ଟ ସରକାରରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

Post Views: 73
Share208Tweet130Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In