• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

ମହିଳା ବିଶ୍ବକପ୍ : ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇ ଫାଇନାଲରେ ଭାରତ

by Voice of Victims
October 31, 2025
in କ୍ରୀଡା, ଦେଶ ବିଦେଶ
ମହିଳା ବିଶ୍ବକପ୍ : ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇ ଫାଇନାଲରେ ଭାରତ

ମୁମ୍ବାଇ : ନଭି ମୁମ୍ବାଇରରେ ଗୁରୁବାର ଅନୁଷ୍ଠିତ ମହିଳା ବିଶ୍ବକପ୍ ୨୦୨୫ର ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛ ଭାରତ । ଆସନ୍ତା ରବିବାର ହେବାକୁ ଥିବା ଫାଇନାଲରେ ଭାରତ ସହ ଦକ୍ଷିଣ ଆଫ୍ରିକାର ମୁକାବିଲା ହେବ । ଭାରତର ଏହି ବଡ଼ ବିଜୟର ଶ୍ରେୟ ଯାଏ ଜେମିମା ରୋଡରିଗସ୍ ଙ୍କ ନିକଟକୁ । ସେ ୧୨୭ ରନ କରି ଅପରାଜିତ ରହିବ ସହ ଭାରତୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ହରମନପ୍ରିତ କୌର ୮୯ ରନର ଏକ ଲଢୁଆ ଇନିଂସ ଖେଳିଥିଲେ । ୩୩୯ ରନର ଏକ ବଡ଼ ଟାର୍ଗେଟକୁ ଭାରତ ୪୮.୩ ଓଭରରେ ୩୪୧ ରନ କରି ସହଜରେ ବିଜୟ ହାସଲ କରିନେଇଛି ।  ୧୩୪ ବଲରେ ୧୨୭ ରନ କରି ପ୍ଲେଆର ଅଫ ଦି ମ୍ୟାଚ ହୋଇଛନ୍ତି ଜେମିମା ରୋଡ୍ରିଗ୍ସ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪୯.୫ ଓଭରରେ ୩୩୮ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଫୋବେ ଲିଚଫିଲଡ୍ ୧୧୯ ରନ ଓ ଅଲିସି ପେରି ୭୭ ରନ କରିଥିଲେ । ସେହିପରି ଆସଲେ ଗାର୍ଡନର ୬୩ ରନ କରିଥିବାବେଳେ ବେଥ ମୁନି ୨୪ ରନ କରିଥିଲେ । ଭାରତ ପକ୍ଷରୁ ଶ୍ରୀଚାରନି ଓ ଦିପ୍ତି ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେବାରେ ସକ୍ଷମ ହୋଇ ଥିଲେ । ୩୩୯ ରନର ପିଛା କରି ଭାରତର ଖେଳ ଆରମ୍ଭ ଭଲ ନଥିଲା । ଶେଫାଲି ବର୍ମା ମାତ୍ର ୧୦ ରନ କରିଥିଲେ। ତା’ପରେ, ୧୦ମ ଓଭରରେ ସ୍ମୃତି ମନ୍ଧାନା ମାତ୍ର ୨୪ ରନ୍‌ କରି ୱିକେଟ ହରାଇ ଥିଲେ । ଏହା ପରେ ହରମନପ୍ରୀତ ଏବଂ ଜେମିମାଙ୍କ ମଧ୍ୟରେ ଏକ ଦୃଢ଼ ଭାଗୀଦାରି ଦଳକୁ ଆଗେଇ ନେଇଥିଲା । ଉଭୟ ୧୮ତମ ଓଭରରେ ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇ ବିଜୟ ଆଶା ସଂଚାର କରିଥିଲେ । ୩୬ତମ ଓଭରରେ ଅଧିନାୟକ ହରମନପ୍ରୀତ ୮୯ ରନ କରି ଆଉଟ ହୋଇଥିଲେ। ଭାରତକୁ ତୃତୀୟ ଝଟକା ଲାଗିଥିଲା ଅଧିନାୟକ ହରମନପ୍ରୀତଙ୍କ ଆଉଟ । ହେଲେ ହରମନପ୍ରୀତ ଏବଂ ଜେମିମାଙ୍କ ମଧ୍ୟରେ ୧୬୭ ରନର ଭାଗୀଦାରି ହୋଇଥିଲା ।

ଦୀପ୍ତି ଶର୍ମା ପରେ ଏକ ଭଲ ଇନିଂସ ଖେଳିଥିଲେ କିନ୍ତୁ ୪୧ତମ ଓଭରରେ ୨୪ ରନ କରି ରନ ଆଉଟ ହୋଇଥିଲେ । ଜେମିମା ଅନ୍ୟ ପାର୍ଶ୍ୱରେ ନିଜର ସ୍ଥିତି ଜାରି ରଖି ଥିଲେ ଏବଂ ୧୧୫ ବଲ୍‌ରେ ଶତକ ହାସଲ କରିଥିଲେ । ୪୬ ତମ ଓଭରରେ ରିଚା ୧୬ ବଲ୍‌ରେ ୨୬ ରନ କରି ଆଉଟ ହୋଇଥିଲେ। ରିଚାଙ୍କ ଆଉଟ ବେଳେ ଭାରତକୁ ବିଜୟ ପାଇଁ ୨୪ ବଲ୍‌ରେ ୨୯ ରନ୍‌ର ଆବଶ୍ୟକତା ଥିଲା। ଅମନଜୋତ ଏବଂ ଜେମିମା ୪୯ ତମ ଓଭରରେ ବିଜୟ ହାସଲ କରିଥିଲେ । ଫାଇନା ମ୍ୟାଚ୍ ନଭେମ୍ବର ୨ରେ ଭାରତର-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ।

Post Views: 35
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In