• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ନବୀନଙ୍କ ନୂଆପଡା ଗସ୍ତର ଉଦ୍ଦେଶ୍ୟ: କଂଗ୍ରେସ

by Voice of Victims
November 3, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ନବୀନଙ୍କ ନୂଆପଡା ଗସ୍ତର ଉଦ୍ଦେଶ୍ୟ: କଂଗ୍ରେସ

ଭୁବନେଶ୍ଵର: କଂଗ୍ରେସ ଭବନଠାରେ ନୂଆପଡା ଉପନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଉଛି ଏବଂ କଂଗ୍ରେସର ବରିଷ୍ଠ ନେତାଗଣ ନିଜ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ସେଇ କ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଆଜିର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଯେଉଁ ନୂଆପଡାକୁ ନବୀନ ବାବୁ ଦୀର୍ଘ ୨୪ ବର୍ଷ ଭୁଲି ଯାଇଥିଲେ ଆଜି ନିର୍ବାଚନ ପାଇଁ ନୂଆପଡାକୁ ମନେ ପଡିଲା । ନବୀନଙ୍କ ସେଇ ରଙ୍ଗ ଆଉ ନାହିଁ । ହାତ ହଲାଇ ଦେଲେ ଭୋଟ ଝଡି ପଡୁଥିଲା । ବର୍ତ୍ତମାନ ବିଜେଡିର ଠକାମୀକୁ ଲୋକେ ବୁଝି ସାରିଲେଣି ।

ଏହି ନିର୍ବାଚନ ଲାଗୁଛି ତ୍ରିମୁଖୀ ବୋଲି କିନ୍ତୁ ପ୍ରକୃତରେ ଏହା ଦ୍ବିମୁଖୀ । ଗୋଟିଏ ପଟେ ବିଜେପି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଜେଡି ର ମୁଖ୍ୟ ପାଣ୍ଡିଆନ ଏକତ୍ର ମିଶି କଂଗ୍ରେସ ବିରୁଦ୍ଧରେ ନିର୍ବାଚନ ଲଢ଼ୁଛନ୍ତି ବୈଷ୍ଣବ ଏବଂ ପାଣ୍ଡିଆନ ଙ୍କ ବୁଝାମଣା ଅନୁଯାଇ ବିଜେଡିର ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ କଲା ଏବଂ ବିଜେଡି ଜାଣିଶୁଣି ସ୍ଥାନୀୟ କର୍ମକର୍ତାଙ୍କୁ ପ୍ରାର୍ଥୀ ନ ଦେଇ ବାହାର ଜିଲ୍ଲାର ନେତ୍ରୀଙ୍କୁ ପ୍ରାର୍ଥୀ କଲା ଉଭୟ ଦଳର ଲକ୍ଷ୍ୟ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ଏହା ସେମାନଙ୍କର ରଣନୀତି ।

ସେ ଆଉ ମଧ୍ୟ କହିଛନ୍ତି ନିର୍ବାଚନ ଯୁଦ୍ଧରେ ଗୋଟିଏ ପଟେ ଅଶ୍ୱିନୀ ବୈଷ୍ଣବ, ପାଣ୍ଡିଆନ, ନବୀନ ପଟ୍ଟନାୟକ, ମନମୋହନ ସାମଲ ଓ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ମିଳିତ ହୋଇ ଲଢ଼ୁଥିବା ବେଳେ ଅନ୍ୟ ପଟେ କଂଗ୍ରେସ ଏକାକୀ ଲଢେଇ ମଇଦାନରେ ଅବତୀର୍ଣ ହୋଇଛି। କଂଗ୍ରେସର ନେତୃତ୍ୱ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ ଓ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କଂଗ୍ରେସର ସମସ୍ତ ବରିଷ୍ଟ ଓ କନିଷ୍ଠ ନେର୍ତ୍ତୃବୃନ୍ଦ ଲଢ଼ୁଛନ୍ତି ।

ଜୟଦେବ ଜେନା ସାମ୍ବାଦିକଙ୍କୁ କହିଛନ୍ତି ଯେ ଆମକୁ ନିର୍ବାଚନ ରଣନୀତିର ରହସ୍ୟ କହିବାରେ କିଛି ବାଧା ନାହିଁ । ପୂର୍ବରୁ ବିଜେଡି ବିଜେପି ର ମିଳିତ ସରକାର ଓ ମହାଶକ୍ତିଶାଳୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ତଳସାରା ଓ ଲକ୍ଷ୍ମୀପୁର ଉପନିର୍ବାଚନ କଂଗ୍ରେସ ଜିତିଥିଲ। ଏଥର ମଧ୍ୟ ଘାସିରାମ ମାଝୀ ନୂଆପଡାରେ ଜିତିବେ । ପୂର୍ବରୁ ଆମ ସଭାପତି ଶ୍ରୀ ଦାସ କହିସାରିଛନ୍ତି ଆମ ପାଖରେ ଅର୍ଥବଳ ନାହିଁ କିନ୍ତୁ ଯଥେଷ୍ଟ ଲୋକବଳ ଅଛି । ନବୀନ ପଟ୍ଟନାୟକ କେବଳ ଦୋଷ ଘୋଡାଇବା ପାଇଁ ବା ବିଜେପି ସହିତ ଆମେ ନାହୁଁ ବୋଲି ଲୋକଙ୍କ ଆଗରେ ଦେଖେଇବା ପାଇଁ ନୂଆପଡା ଗସ୍ତ କରୁଛନ୍ତି ।

ସେହିପରି ସମ୍ମିଳନୀର ଅନ୍ୟତମ ବକ୍ତା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କହିଛନ୍ତି ନୂଆପଡା ନିର୍ବାଚନ ପାଇଁ ନୁଆଦିଲ୍ଲୀରେ କେବେଠୁ ଡିଲ ସରିଯାଇଛି । ବିଜେଡି ନିର୍ବାଚନ ଲଢ଼ିବାର କେବଳ ଯାହା ଅଭିନୟ କରୁଛି । କେମିତି କିଛି ସମ୍ମାନଜନକ ଭୋଟ ସଂଖ୍ୟା ହାସଲ ହେବ ସେଥିପାଇଁ ତାଙ୍କର ପ୍ରଚାର ପ୍ରସାର । କିନ୍ତୁ କଂଗ୍ରେସ ଏକ ଲୋକପ୍ରିୟ ସ୍ଥାନୀୟ ଆଦିବାସୀ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରି ସାମାଜିକ ନ୍ୟାୟ ଏବଂ ସାମୁହିକ ବିକାଶର ମୁଦ୍ଦାକୁ ନେଇ ସତ୍ୟର ସହିତ ନିର୍ବାଚନ ଲଢ଼ୁଛି । ଉକ୍ତ ସାମ୍ବାଦିକ ସମ୍ବିଳନୀରେ ବରିଷ୍ଟ କଂଗ୍ରେସ ନେତା ଏବଂ ମୁଖପାତ୍ର ମନୋରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ ।

Post Views: 21
Share197Tweet123Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In