• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶିକ୍ଷକଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ବସ୍ତି, TET ଡେଡ୍ ଲାଇନ୍ ପୂର୍ବରୁ ପାସ୍ କରିଥିଲେ ଯିବ ନାହିଁ ଚାକିରି

by Voice of Victims
November 9, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଶିକ୍ଷକଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ବସ୍ତି, TET ଡେଡ୍ ଲାଇନ୍ ପୂର୍ବରୁ ପାସ୍ କରିଥିଲେ ଯିବ ନାହିଁ ଚାକିରି

ଭୁବନେଶ୍ବର: ଶିକ୍ଷକଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ବସ୍ତି । TET ଡେଡ୍ ଲାଇନ୍ ପୂର୍ବରୁ ପାସ୍ କରିଥିଲେ ଯିବ ନାହିଁ ଚାକିରି । କୋର୍ଟ କହିଛନ୍ତି, TET ପାସ୍ କରିବା ପାଇଁ RTE ଆଇନ ଅନୁଯାୟୀ ବର୍ଦ୍ଧିତ ସମୟ ସୀମା ୨୦୧୯ ମାର୍ଚ୍ଚ ୩୧ ଦିଆଯାଇଥିଲା । ସେହି ସମୟ ପୂର୍ବରୁ ଯଦି କୌଣସି ଶିକ୍ଷକ ଯୋଗ୍ୟତା ହାସଲ କରିଛନ୍ତି ତାହେଲେ ନିଯୁକ୍ତି ସମୟରେ TET ନଥିବା ଯୋଗୁ ଚାକିରିରୁ ବରଖାସ୍ତ କରାଯାଇପାରିବନାହିଁ ।

ମୁଖ୍ୟ ବିଚାରପତି ବି.ଆର୍. ଗଭାଇଙ୍କ ଖଣ୍ଡପୀଠ କାନପୁରର ଦୁଇଜଣ ସହକାରୀ ଶିକ୍ଷକଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଦୁଇ ଶିକ୍ଷକଙ୍କୁ ୨୦୧୨ରେ ନିଯୁକ୍ତି ପରେ ୨୦୧୮ରେ ବରଖାସ୍ତ କରାଯାଇଥିଲା । କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷକମାନେ ୨୦୧୪ ସୁଦ୍ଧା TET ପାସ୍ କରିସାରିଥିଲେ । ତେଣୁ ୨୦୧୯ ଡେଡ୍ ଲାଇନ୍ ପୂର୍ବରୁ ସେମାନେ ଯୋଗ୍ୟ ଥିଲେ । କୋର୍ଟଙ୍କ ବରଖାସ୍ତ ଆଦେଶକୁ ବାତିଲ କରି ଉଭୟ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସେମାନେ ପୂର୍ବର ବେତନ ପାଇବାକୁ ହକଦାର ହେବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏହି ରାୟ ହଜାର ହଜାର ଶିକ୍ଷକଙ୍କ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ।

Post Views: 69
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In