ବଡ଼ବିଲ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବଦବିଲ ଠାକୁରାଣୀ ସେଡ଼ିଂ ବସ୍ତିରୁ ଆଜି ଏକ ଜଙ୍ଗଲି ବାରହାକୁ ଉଦ୍ଧାର କରିଛନ୍ତି ବନ ବିଭାଗ ଓ ଅଗ୍ନିଶମ ବାହିନୀର ଯବାନ। କିଛି ଲୋକ ଏକ ବାରହା କୁ ଧରି ଲୁଚାଇ ରଖିଥିବା ବେଳେ କୌଣସି ସୂତ୍ରରୁ ବନ ବିଭାଗ ପାଖକୁ ଖବର ପହଞ୍ଚିଥିଲା । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବା ସମୟରେ ଏକ କୂଅ ଭିତରେ ବାରହା ରହିଥିବା ଦେଖିବାକୁ ପାଇଥିଲେ ।

ବାରହା କୁ କୂଅରେ ରଖିଥିବା ନେଇ ବଡବିଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ଯବାନ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ବାରହା କୁ ଉଦ୍ଧାର କରିଥିଲେ। । ବାରହା କୁ ଉପଯୁକ୍ତ ଚିକିତ୍ସା ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ପ୍ରାଥମିକ ସୂତ୍ରରୁ ସୂଚନା ମିଳିଥିବା ବେଳେ ଅନ୍ୟ ପକ୍ଷରେ ବନ ବିଭାଗ ଏହି ମାମଲାରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
