• About Us
  • Contact Us
Thursday, August 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି କେନ୍ଦୁଝର ବାର ଘଣ୍ଟିଆ ବନ୍ଦ ଡାକରା ସଫଳ

by Voice of Victims
November 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆଜି କେନ୍ଦୁଝର ବାର ଘଣ୍ଟିଆ ବନ୍ଦ ଡାକରା ସଫଳ

କେନ୍ଦୁଝର: ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ । କେନ୍ଦୁଝର ବାଂଶପାଳ ବ୍ଲକ ଉରୁମୁଣ୍ଡା ଗାଁର ଜନଜାତି ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଘଟଣାର ପ୍ରତିବାଦ ରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ତେବେ ଆଜି ସକାଳୁ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ଛାଡ଼ି ଦୋକାନ, ବଜାର, ସ୍କୁଲ୍, କଲେଜ, ପେଟ୍ରୋଲ ପମ୍ପ , ଯାନବାହାନ, ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ରୋହିଙ୍ଗିଆ ଅନୁପ୍ରବେଶକାରୀ, ଉପଦ୍ରବ କାରୀ, ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବାହାର କରିବାକୁ ଦାବି କରାଯାଇଛି ।

ଆନ୍ଦୋଳନକାରୀ ଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଦିନ ଧରି ଅନୁପ୍ରବେଶକାରୀ ମାନେ ଜିଲ୍ଲାରେ ସରକାରୀ ଜମି ମାଡିବସି ରହି ଚୋରି ରାହାଜାନୀ, ଗୋରୁ ବେପାର ଆଦି ଭଳି ଅପରାଧ ରେ ଲିପ୍ତ ରହିଛନ୍ତି । ପ୍ରଶାସନକୁ ବାରମ୍ଵାର ସୂଚନା ଦେବା ପରେ ମଧ୍ୟ କାର୍ଯ୍ୟକାରୀ ହେଉନି। କେନ୍ଦୁଝର ସହର ସହ ଯୋଡ଼ା, ବଡ଼ବିଲ, ଚମ୍ପୁଆ, ହରିଚନ୍ଦନପୁର, ଉଖୁଣ୍ଡା, ବାଂଶପାଳ, ପାଟଣା, ତୁରୁମୁଙ୍ଗା, ଘୋଷିପୁରା, ଆନନ୍ଦପୁର, ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ବେଶ ଦେଖିବାକୁ ମିଳିଛି । ଆଜି ସକାଳୁ ବିଶ୍ଵ ହିନ୍ଦୁ ପରିଷଦର ନେତା ଓ ସଦସ୍ୟମାନେ ବିଭିନ୍ନ ଛକ ଗୁଡିକରେ ଟାୟାର ଜାଳି ବାର୍କେଟ, ଡ୍ରମ ଦେଇ ରାସ୍ତା ରୋକ୍ କରିଥିଲେ। ଜିଲ୍ଲାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଦୋକାନ, ବଜାର ସବୁ ବନ୍ଦ ରହିଛି । ସକାଳ ୬ ଠାରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ କରାଯିବ ।

Post Views: 62
Share201Tweet126Send
Voice of Victims

Voice of Victims

Recent Posts

  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା
  • ପୂରା ଓଡ଼ିଶାକୁ ବଡ଼ ଆଲର୍ଟ, ଆଜି ଅବପାତ, ପ୍ରବଳ ବର୍ଷିବ
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ
  • ଦିଲ୍ଲୀରେ ଖୁବ୍ ଶୀଘ୍ର ‘ଜନ୍ତର ମନ୍ତର ସିଜିନ୍ ୨’!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In