ରଣପୁର, 18.11: ଶ୍ରୀଜଗନ୍ନାଥ ଗୁରୁକୁଳ ସୁର୍କାବାଡ଼ିର ଷଷ୍ଠ ବାର୍ଷିକ ଉତ୍ସବ “ଏଲିକଜିର-2025” ପାଳିତ ହୋଇଯାଇଛି l ପ୍ରତିଷ୍ଠାତା ସହଦେବ ମହାରଣାଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ଓଡିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଜଗତଜିତ ଦାସ ମୁଖ୍ୟ ଅତିଥି, ଓଟିଭି ଉପସ୍ଥାପକ ସାମ୍ବାଦିକ ଜୟେନ୍ଦ୍ର ବେହେରା ମୁଖ୍ୟବକ୍ତା ଓ ପରମାନନ୍ଦ ମହାବିଦ୍ୟାଳୟ ବୋଲଗଡର ଓଡ଼ିଆ ଅଧ୍ୟାପିକା ବର୍ଷାରାଣୀ ଗଜେନ୍ଦ୍ର ସମ୍ମାନିତା ଅତିଥି ଭାବେ ଯୋଗ ଦେଇଥିଲେ l
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ବରାଳ ପଞ୍ଚାନନ ସାହୁ ଜ୍ୟୋତିରଞ୍ଜନ ସାହୁ ସିଦ୍ଧାନ୍ତ କୁମାର ସାହୁ ସୁନିତା ମହାପାତ୍ର ଅନୁରାଧା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l ଗୁରୁକୁଳର ସ୍ଵର୍ଣ୍ଣଲତା ସାହୁ, ଲିମା ଦାସ, ସୋମନାଥ ସାହୁ, ସଂଗୀତା ନାୟକ, ତୁଳସୀ ନାୟକ, ମିତାଲି ମୁଦୁଲି ପ୍ରତିଯୋଗୀତା, ପୁରସ୍କାର ବିତରଣ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦସେବନ ଆଦିର ପରିଚାଳନା କରିଥିଲେ ତଥା ଉପସ୍ଥାପନା କରିଥିଲେ କଲ୍ୟାଣୀ ବେହେରା l
