ଚଣ୍ଡିଖୋଲ: ଡ଼ୁବୁରୀ ଜାତୀୟ ରାଜପଥ ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଯାଇଛି । ହାଇୱା ଧକ୍କାରେ ବାଇକ ଆରୋହୀ ଜଣଙ୍କର ଘଟଣା ସ୍ଥଳରେ ମୃତ ଘଟିଛି । ସୂଚନା ରୁ ଜଣା ପଡ଼ିଛି ହାଇୱା ଟି ARSS ନାମକ କମ୍ପାନୀ ଗାଡ଼ି ଅଟେ।
ମୃତ ବ୍ୟକ୍ତିଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ସୂଚନା ମୁତାବକ ମୃତ ବ୍ୟକ୍ତି ଜଣକ ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୋ ଗ୍ରାମ ର ବିଜୟ କୁମାର ପ୍ରଧାନ ଅଟନ୍ତି।
