ବାଲେଶ୍ଵର (ଭିଓଭି) ୨୧/୧୧ : – ଆଜି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ଆର୍ଥିକ ବିଭାଗ ଅର୍ଥ ମନ୍ତ୍ରାଳୟ ଦ୍ବାରା ” ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର” ସୂଚନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଚଳ ଖାତାର ପୁଞ୍ଜି ଉପରେ ଆଲୋଚନା କରାଯିବା ସହିତ ନିୟମାବଳୀ ଉଲ୍ଲିଖିତ ବହି ଉନ୍ମୋଚନ କରାଗଲା ।

ବାଲେଶ୍ଵର ଜିଲା ମୂଖ୍ୟ ଉନ୍ନୟନ ଅଧିକାରୀ ସଞ୍ଜୟ ରାଉତ, ଆରବିଆଇ ଡିଜିଏମ୍ ମଧୁକର ଆନନ୍ଦ, ଆର ବି ଆଇ ର ଅନେତ ଶ୍ରଦ୍ଧା ତମ୍ପୋ , ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ସୁଦୀପ ଡାକୁଆ, ଗ୍ରାମୀଣ ବ୍ୟାଙ୍କ ଆଂଚଳିକ ପରିଚାଳକ ଆଶିଷ ନାୟକ, ପି ଏନ୍ ବି ଶାଖା ପରିଚାଳକ ବିଶ୍ଵଜିତ ବିଶ୍ଵାଳ, ଭଦ୍ରକ-ବାଲେଶ୍ବର କେନ୍ଦ୍ର ସମବାୟ ବ୍ୟାଙ୍କ ସିଇଓ କୈଳାସ ଚନ୍ଦ୍ର ବେହେରା, ସାଂସଦ ପ୍ରତିନିଧି ଉମାକାନ୍ତ ମହାପାତ୍ର, ଏଲଆଇସିର ବରିଷ୍ଠ ଅଧିକାରୀ ଏମ୍ ଆର୍ ଦାଶ ମଞ୍ଚାସୀନ ଥିଲେ ।

ଏଲ୍ ଡି ଏମ୍ ର ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ ମୋତି କୁମାର ଶାହା ଏବଂ ଏହା ସହିତ ବହୁତ ବ୍ୟାଙ୍କ ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ୟୁକୋ ବ୍ୟାଙ୍କ ର ବରିଷ୍ଠ ପରିଚାଳକ ମନୋରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ , ଏବଂ ମୁଖ୍ୟ ପ୍ରବନ୍ଧକ ନାଗେଶ୍ଵର ରାଓ ଧନ୍ୟବାଦ ଦେଇଥିଲେ । ମିଶନ ଶକ୍ତି ର କାର୍ଯ୍ୟରତ ମହିଳା ମାନେ ଯୋଗଦେଇଥିଲେ ।
