ଭୁବନେଶ୍ୱର: ପୁଣି କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ର ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ବିବାଦ। ତେବେ ଏହାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ସେ କହିଛନ୍ତି, କିଟ୍ ଆଡମିନିଷ୍ଟ୍ରେସନ ଭୁଶୁଡ଼ି ଗଲା ପରି ଲାଗୁଛି। ଓଡ଼ିଶାର ନାଁ ବଦନାମ କରିବାକୁ କିଟ୍କୁ କୁହାଯାଇ ନାହିଁ। କିଟ୍ର ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। କୌଣସି ଦୋଷୀକୁ ମୋହନ ସରକାର କ୍ଷମା ଦେବେ ନାହିଁ। ଆମେ ମଧ୍ୟ କିଟ୍ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବୁ। କିଟ୍ର ମନମାନୀ ଆଉ ଚଳିବ ନାହିଁ ବୋଲି ସରୋଜ ପାଢ଼ୀ କହିଛନ୍ତି।
ଆଜି କିଟ୍ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଥିଲା। ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ମୃତକ ଛତିଶଗଡ଼ର ରାହୁଲ ଯାଦବ, ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର ବୋଲି ଜଣା ପଡ଼ିଛି। ଏନେଇ ସ୍ପଷ୍ଟ କଲେ ଏସିପି ସୋନାଲ୍ ସିଂ ପରମାର। ଜୀବନ ହାରିଥିବା ସନ୍ଦେହ କରାଯାଉଛି। ଖବର ପାଇବା ପରେ ଇନ୍ଫୋସିଟି ପୋଲିସ ତଦନ୍ତ ଜାରି ରଖିଛି।
