• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସହଜ ହେଲା ପୁରୁଣା ଆପାର୍ଟମେଣ୍ଟ କିଣାବିକା, ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟ ପାଇଁ ଏବେ ନୂଆ କାଗଜପତ୍ର ଦରକାର ନାହିଁ

by Voice of Victims
December 4, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ସହଜ ହେଲା ପୁରୁଣା ଆପାର୍ଟମେଣ୍ଟ କିଣାବିକା, ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟ ପାଇଁ ଏବେ ନୂଆ କାଗଜପତ୍ର ଦରକାର ନାହିଁ

ଭୁବନେଶ୍ୱର : ସହଜ ହେଲା ପୁରୁଣା ଆପାର୍ଟମେଣ୍ଟ କିଣାବିକା । ଓଡ଼ିଶା ସରକାର ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ । ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ଅଧୀନରେ ଥିବା କଠୋର ନିୟମକୁ କୋହଳ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ଜାରି କରିଛି ବିଜ୍ଞପ୍ତି । କଠୋର ନିୟମ ଯୋଗୁଁ ପୁରୁଣା ଫ୍ଲାଟ ବିକ୍ରି ଅଟକି ଯାଇଥିଲା । RERA ନିୟମ ଲାଗୁ ହେବା ପୂର୍ବରୁ ଅର୍ଥାତ ୫ ଅକ୍ଟୋବର ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟ ପାଇଁ ଏବେ ଆଉ ନୂଆ କାଗଜପତ୍ର ଦରକାର ନାହିଁ ।ଫ୍ଲାଟ ବିକ୍ରି ପାଇଁ ଅକୁପାନ୍ସି ସାର୍ଟିଫିକେଟ୍ ଦେବାକୁ ପଡୁଥିଲା । RERA ରେଜିଷ୍ଟ୍ରେସନ୍ ଏବଂ ଆସୋସିଏସନ୍ ରେଜିଷ୍ଟ୍ରେସନ୍ କାଗଜପତ୍ର ମାଗାଯାଉଥିଲା । ୨୦୧୬ ପୂର୍ବରୁ ଆପାର୍ଟମେଣ୍ଟ ପାଖରେ ଏସବୁ କାଗଜପତ୍ର ନଥିଲା । ତେଣୁ ସବ୍-ରେଜିଷ୍ଟ୍ରାର୍ ଅଫିସରେ ଜମି/ଘର ରେଜିଷ୍ଟ୍ରି ହୋଇପାରୁନଥିଲା ।

ଏଥିପାଇଁ ଭୁବନେଶ୍ୱର ଓ କଟକ ଭଳି ସହରରେ ହଜାର ହଜାର ଫ୍ଲାଟ ବିକ୍ରି ଅଟକି ରହିଥିଲା । ଏବେ ସେଥିରେ ସୁଧାର ଅଣାଯାଇଛି ।ଯଦି ଆପଣଙ୍କର ମୂଳ ବିକ୍ରି ଦଲିଲ୍ ୫ ଅକ୍ଟୋବର ୨୦୧୬ ପୂର୍ବର ହୋଇଥାଏ, ତେବେ ଆପଣଙ୍କୁ ନୂଆ ନିୟମ ମାନିବାକୁ ପଡ଼ିବ ନାହିଁ । ଫ୍ଲାଟ ବିକ୍ରି କିମ୍ବା ହସ୍ତାନ୍ତର କରିବା ପାଇଁ କେବଳ ପୁରୁଣା ରେଜିଷ୍ଟ୍ରି ଦଲିଲ୍ ଯଥେଷ୍ଟ । ରେଜିଷ୍ଟ୍ରାର୍ ଏହାକୁ ଗ୍ରହଣ କରିବାକୁ ବାଧ୍ୟ ।

କମନ ଏରିଆ ଯେପରିକି ପାର୍କିଂ, ସିଡ଼ି, ଛାତ, ଲିଫ୍ଟ ଇତ୍ୟାଦି ଉପରେ କାହାର ଅଧିକାର ରହିବ, ସେ ଦ୍ୱନ୍ଦ୍ୱ ଦୂର କରିବାକୁ ନୂଆ ଦଲିଲରେ ଦୁଇଟି ନିର୍ଦ୍ଦିଷ୍ଟ ବାକ୍ୟ ଲେଖିବା ବାଧ୍ୟତାମୂଳକ କରାଯାଇଛି । ଏହାଦ୍ୱାରା କିଣୁଥିବା ବ୍ୟକ୍ତିଙ୍କର ସାଧାରଣ ସ୍ଥାନ ଉପରେ ସମ୍ପୂର୍ଣ୍ଣ ଅଧିକାର ସୁରକ୍ଷିତ ରହିବ ।ପୁରୁଣା ନିୟମ ଅନୁସାରେ ଗଠିତ ହୋଇଥିବା ସୋସାଇଟିଗୁଡିକ ବୈଧ ରହିବ । ସେମାନଙ୍କୁ ୨୦୨୩ ନିୟମ ଅନୁସାରେ ନିଜର ନିୟମାବଳୀ ବଦଳାଇବାକୁ ପଡିବ । ଏହି କୋହଳ ନିୟମ କେବଳ କାଗଜପତ୍ର ପାଇଁ। ଯଦି କେହି ବେଆଇନ ଭାବେ ଘର ତିଆରି କରିଥିବେ କିମ୍ବା ବିଲ୍ଡିଂ କୋଡ୍ ନିୟମ ଭାଙ୍ଗିଥିବେ, ତେବେ ସେମାନଙ୍କୁ କୌଣସି ଛାଡ଼ ମିଳିବ ନାହିଁ ।

ଫେବୃଆରୀ ୧, ୨୦୨୫ରେ ଜାରି ହୋଇଥିବା କଟକଣାକୁ ରଦ୍ଦ କରିଦିଆଯାଇଛି । ନୂଆ ନିୟମ ଯୋଗୁଁ ପୁରୁଣା ଫ୍ଲାଟ ମାଲିକମାନଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି । ଏହାଦ୍ୱାରା ଓଡିଶାରେ ପୁରୁଣା ଫ୍ଲାଟ କିଣା-ବିକା ସହଜ ହେବ, କାମ ଶୀଘ୍ର ହେବ ଏବଂ ବିବାଦ କମିବ । ଯଦି ଆପଣଙ୍କ ଫ୍ଲାଟର ମୂଳ ଦଲିଲ୍ ଅକ୍ଟୋବର ୨୦୧୬ ପୂର୍ବରୁ ହୋଇଛି, ତେବେ ଆପଣ ଏହାକୁ ସହଜରେ ବିକ୍ରି କିମ୍ବା ହସ୍ତାନ୍ତର କରିପାରିବେ । କେବଳ ପୁରୁଣା ଦଲିଲ୍ ଧରି ସବ୍-ରେଜିଷ୍ଟ୍ରାର୍ ଅଫିସକୁ ଯାଆନ୍ତୁ – ଆଉ କିଛି ଅଲଗା କାଗଜ ଦରକାର ନାହିଁ ।

Post Views: 40
Share201Tweet126Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In