• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ବିଧାନସଭା ଆଗରେ ଗର୍ଜିଲେ ହଜାର ହଜାର ପ୍ରାଥମିକ ଶିକ୍ଷକ

by Voice of Victims
December 5, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆଜି ବିଧାନସଭା ଆଗରେ ଗର୍ଜିଲେ ହଜାର ହଜାର ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ଗୋଟିଏ ପଟେ ବିଧାନସଭା ଶୀତ ଅଧିବେଶନ ଚାଲୁଥିବାବେଳେ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି ହଜାର ହଜାର ସଂଖ୍ୟାରେ ଶିକ୍ଷକ । ଆଜି ବିଧାନସଭା ଆଗରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ହଜାର ହଜାର ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଏକାଠି ହୋଇଛନ୍ତି ।  ୨ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀକୁ ଅପଗ୍ରେଡ଼୍ କରି ମୂଳ ବେତନ ୩୫ ହାଜର ୪ ଶହ ଟଙ୍କା ପ୍ରଦାନ। ଏବଂ ଦ୍ୱିତୀୟ ଦାବି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା ସହ ନୋସନାଲ୍ ଇନକ୍ରିମେଣ୍ଟ୍ ପ୍ରଦାନ କରିବା। ରାଜ୍ୟରେ କାର୍ଯ୍ୟରତ ୧ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଦୀର୍ଘଦିନରୁ ଏହି ଦାବି କରି ଆସୁଛନ୍ତି।

ଗ୍ରେଡ୍ ପେ ୪୨୦୦ କରିବାକୁ ସେମାନଙ୍କର ମୁଖ୍ୟ ଦାବି ରହିଛି । ସେହିପରି କଣ୍ଟ୍ରାକଚ୍ୟୁଆଲ୍ ଉଚ୍ଛେଦ ମଧ୍ୟ ଦାବି ରହିଛି । ସମସ୍ତ ରାଜ୍ୟରେ ୪୨୦୦  ଗ୍ରେଡ୍ ପେ ଲାଗୁ ହୋଇଥିବାବେଳେ କେବଳ ଓଡ଼ିଶାରେ  ୨୨୦୦ ଟଙ୍କା ମିଳୁଛି ବୋଲି ଅଭିଯୋଗ କରିଛନ୍ତି । ଯେପର୍ଯ୍ୟନ୍ତ ସରକାର ଦାବି ମାନି ନେଇ ନାହାଁନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଧମକ ଦେଇଛନ୍ତି ।

Post Views: 26
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In