• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜସୁନାଖଳା ମହୋଉତ୍ସବ କାଉଁରୀ ଉଦଘାଟିତ, କଳା ସାହିତ୍ୟ, ସଂସ୍କୃତି, ଐତିହ୍ୟ, ଓ ଭାଇଚାରାକୁ ବିକଶିତ କରେ ମହୋତ୍ସବ

by Voice of Victims
December 9, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାଜସୁନାଖଳା ମହୋଉତ୍ସବ କାଉଁରୀ ଉଦଘାଟିତ, କଳା ସାହିତ୍ୟ, ସଂସ୍କୃତି, ଐତିହ୍ୟ, ଓ ଭାଇଚାରାକୁ ବିକଶିତ କରେ ମହୋତ୍ସବ

ରଣପୁର,୯/୧୨ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ମହୋତ୍ସବ କମିଟିର ସଭାପତି ତଥା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ଏବଂ ମହୋତ୍ସବ କମିଟି ସମ୍ପାଦକ ଜୟେନ୍ଦ୍ର ବେହେରାଙ୍କ ଆବାହକତ୍ୱରେ ନୟାଗଡ଼ ଜିଲ୍ଲା ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପଡିଆରେ ସୋମବାର ଦିନ ୭ ତମ ବାର୍ଷିକ କାଉଁରୀ ମହୋତ୍ସବ ୨୦୨୫ ଉଦଘାଟିତ ହୋଇଯାଇଅଛି ! ଆଜି ପୂର୍ବାହ୍ନ ୧୧ଟାରେ ମହା ଆଡମ୍ବର ସହକାରେ ବିଶାଳ ମଶାଲ ଶୋଭାଯାତ୍ରା ରାଜସୁନାଖଳା ଗ୍ରାମ ପରିକ୍ରମା କରି ମହୋତ୍ସବ ମଣ୍ଡପରେ ମଶାଲ ସ୍ଥାପନ କରଯାଇଥିଲା ! ଉଦଘାଟନୀ ସନ୍ଧ୍ୟାରେ ବିଭିନ୍ନ ମନୋରଞ୍ଜନ ଧର୍ମୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା !

ଏହି କାଉଁରୀ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁବାଷ ଚନ୍ଦ୍ର ପଣ୍ଡା, ମୂଖ୍ୟବକ୍ତା ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ମନେ।ଜ କୁମାର ନାୟକ ଓ ସମ୍ମାନୀତ ଅତିଥି ଭାବରେ ତହସିଲଦାର ଡ. ଆର୍ଯ୍ୟ କୁମାର ସର୍ବଦମନ ,ଶରଣକୁଳ ଉପ ଖଣ୍ଡୀୟ ଆରକ୍ଷୀ ଅଧିକାରୀ ଦିପ୍ତୀକାନ୍ତ ପ୍ରଧାନ, ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ, ଶିକ୍ଷାବିତ ବିଜୟ କୁମାର ତ୍ରିପାଠୀ, ସାମ୍ବାଦିକ ଶିବ ପ୍ରସାଦ ମହାପାତ୍ର ସମାଜ ସେବୀ ତଥା ଆଇନ ଜିବୀ ଶିବାରମ ମହାପାତ୍ର, ଯୁବ ଶିଳ୍ପପତି ସମ୍ବିତ କୁମାର ସାହୁ ଓ ସମାଜ ସେବୀ ସ୍ବର୍ଣ୍ଣ ପ୍ରକାଶ ରାଉତ ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ !


ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସ୍ୱାଗତ ଭାଷଣ ଦେଇ ଅତିଥିପରିଚୟ ପ୍ରଦାନ କରିଥିଲେ !ମହୋତ୍ସବ କମିଟିର ସମ୍ପାଦକ ଜୟେନ୍ଦ୍ର ବେହେରା ସମ୍ୱାଦକୀୟ ବିବରଣୀ ପଠନ କରିଥିଲେ ! ରାଜସୁନାଖଳା କାଉଁରୀ ମହୋତ୍ସବ ସାଂସ୍କୃତିକ କମିଟିର କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ! ରାଜ ସୁନାଖଳା ସଂସ୍କୃତି, ସାହିତ୍ୟ ଓ ଐତିହ୍ୟ ଉପରେ ମୁଖ୍ୟଅତିଥି ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା ଅଭିଭାଷଣ କହିଥିଲେ ।ହଜାର ହଜାର ଦର୍ଶକ ଚଟପଟି ଖାଦ୍ୟର ମଜlଉଠାଇଥିଲେ। ଏହି ମହୋତ୍ସବ ଡିସେମ୍ବର ୮ରୁ ୧୨ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେବ କିମିଟିର ସମ୍ପାଦକ ଶ୍ରୀ ବେହେରା ଗଣମାଧ୍ୟମ କୁ ସୂଚନା ଦେଇଥିଲେ ! । ପରିଶେଷରେ ମହୋତ୍ସବ କମିଟିର ସଭାପତି ଚିତ୍ତରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Post Views: 51
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In