• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୪୪୭୭୧ କୋଟି ରାସ୍ତା ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ

by Voice of Victims
December 10, 2025
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
୪୪୭୭୧ କୋଟି ରାସ୍ତା ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ

ଭୁବନେଶ୍ୱର: ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ରର ଅନୁମୋଦନ । ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୦ ହଜାର କୋଟି ମଞ୍ଜୁର ମିଳିଥିବା ବେଳେ ରାଜ୍ୟ ରାଜପଥ ପ୍ରକଳ୍ପ ପାଇଁ ୧୩ ହଜାର କୋଟି ଟଙ୍କା ମଞ୍ଜୁର ମିଳିଛି । ଭୁବନେଶ୍ୱରରୁ ପାରାଦୀପକୁ ସଂଯୋଗ ହେବ ନୂତନ ଗ୍ରୀନ୍‌ ଫିଲଡ ରାସ୍ତା । ଏ ନେଇ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କ ସହ ନୂଆଦିଲ୍ଲୀରେ ସାକ୍ଷାତ କରି ରାଜ୍ୟରେ ଥିବା ବିଭିନ୍ନ ରାସ୍ତା ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି ।

ଏ ନେଇ ମନ୍ତ୍ରୀ କହିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୫ଟି ଜାତୀୟ ରାଜପଥ ପ୍ରକଳ୍ପ, ୫ଟି ରାଜ୍ୟ ରାଜପଥ ଓ ସିଆର୍ଆଇଏଫ୍ ପ୍ରକଳ୍ପ ପାଇଁ ମୋଟ ୪୪,୭୭୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ଭୁବନେଶ୍ୱର-ପୁରୀ ରାସ୍ତାକୁ ୮ ଲେନ୍ କରିବା, ୧୪୦ କିଲୋମିଟର ଦୀର୍ଘ ଟାଙ୍ଗୀ-ପୁଇଁତୋଳା-ଇଚ୍ଛାପୁରମ୍ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରିବା ପାଇଁ ଅନୁମୋଦନ ମିଳିଛି । ସେହିପରି ୪୦୦ କିଲୋମିଟର ଦୀର୍ଘ ରାଉରକେଲା-ବଡବିଲ୍-ପାରାଦୀପ ଭାୟା ଡୁବୁରି ରାସ୍ତାକୁ ୮ ଲେନ କରିବା ପାଇଁ ଏବଂ ଏନ୍ଏଚ୍-୧୪୯ ଅଧିନରେ ଥିବା ୬୮ କିଲୋମିଟର ଦୀର୍ଘ ପାଲଲହଡ଼ା-ପିଟିରି ରାସ୍ତାକୁ ୪ ଲେନ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି ।

ଅନ୍ୟପକ୍ଷରେ ୨୦୨୫ ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ଅବସରରେ ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରାଳୟର ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ୧୫୦୦ କୋଟି ଟଙ୍କା ସିଆର୍ଆଇଏଫ୍ ଯୋଜନା ଅଧିନରେ ଅନୁମୋଦନ ମିଳିଛି । ସେହିପରି ୫ଟି ରାଜ୍ୟ ରାଜପଥ ପ୍ରକଳ୍ପର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ୧୩,୧୪୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ବରପାଲି-ବଲାଙ୍ଗିର ରାସ୍ତା ଓ କେସିଙ୍ଗା – ଭବାନୀପାଟଣା – ଜୁନାଗଡ଼ ରାସ୍ତାକୁ ୪ ଲେନ୍ କରିବା, ୪ ଲେନ୍ବିଶିଷ୍ଟ ବଲାଙ୍ଗିର-ନୟାଗଡ଼ ରାସ୍ତା, ହିଞ୍ଜିଳିକାଟୁ ବାଇପାସ ରାସ୍ତା ସହ ବ୍ରହ୍ମପୁରରୁ କାଳୁଷଣ୍ଢପୁର ରାସ୍ତାକୁ ୪ ଲେନ୍ କରିବା ଏବଂ ମୋହନାରୁ ପାରଳାଖେମୁଣ୍ଡି ରାସ୍ତାର ଉନ୍ନତିକରଣ ସହ ଏନ୍ଏଚ୍-୨୬ର ପ୍ରଶସ୍ତିକରଣକୁ ଅନୁମୋଦନ ମିଳିଛି।

Post Views: 42
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In